ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ 

କନ୍ଧମାଳ: ୨୭/୧୨ :(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ,ଦୟାନିଧି ଯାନୀ ,ରାମ ମାଝିଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୮,୧୯ ଓ ୨୦ ତିନିଦିନ ଧରି ଏହି ମହୋତ୍ସବ ପାଳନ କରିବା ପାଇଁ ସ୍ଥିର କରଯାଇଥିଲା । ଏହି ମହୋତ୍ସବ ରେ ରାଜ୍ୟର ୨୦ ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ର କ୍ଲାମ୍ବୁ ରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବ ରେ ଆସି ପୂଜା ଅର୍ଚ୍ଚନା ରେ ଭାଗ ନେବେ । ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆ ମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡ ର ଐତିହ୍ୟ ଓ ପରମ୍ପରା କୁ ଉଦଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟ ରୁ ବଞ୍ଚାଇ ରଖିବା , ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ: ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ 

masiha

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

masiha

ମାରୱାଡି ଯୁବ ମଞ୍ଚ ଭବାନୀପାଟଣା ଶାଖା ଏବଂ ଜାଗୃତି ଶାଖାର ନବନିର୍ବାଚିତ ପଦାଧିକାରୀଙ୍କ ୨୦୨୫-୨୬ ଅଧିବେଶନ ପାଇଁ ଶପଥ ଗ୍ରହଣ ସମାରୋହ 

masiha

Leave a Comment

error: Content is protected !!