ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ 

ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ପାଳିତ 

ରାୟଗଡ:- ତା. ୨୫/୧୨- ରାୟଗଡ ଜିଲ୍ଲାସ୍ଥରୀୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜୟନ୍ତୀ ଅବସରରେ ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ରୟଗଡ଼ ଜିଲ୍ଲାପାଳ ଶ୍ରମତୀ ପାରୁଲ ପଟାୱରୀ ଯୋଗଦାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ତୈଳ ଚିତ୍ରରେ ପୁଷ୍ପାଅର୍ଘ୍ୟ ଦେବl ସହ ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ ଓ ସୁଶlସନ ଦିବସ ଉପରେ ବିସ୍ତୃତ ଭାବରେ ଆଲୋକପlତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସ୍ୱର୍ଗତ ବାଜପେୟୀଙ୍କ ରାଜନୈତିକ ଜୀବନ ଆଦର୍ଶ, ଦୃଢ ନେତୃତ୍ବ ଓ ନିବିଡ଼ ଦେଶପ୍ରେମ ଉପରେ ବକ୍ତବ୍ୟ ରଖିଥିଲେ l ସେହିପରି ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁସାହିତ୍ୟକ ପଞ୍ଚବଟିର ସମ୍ପାଦକ ସୁଶାନ୍ତ କୁମାର ନାୟକ, ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଲତା ସରାଫ, ସମାଜ ସେବି ଶିବ ପଟ୍ଟନାୟକ, କଳିରାମ ମାଝୀ ଆଦି ଯୋଗଦାନ କରି ବସ୍ୱର୍ଗତ ବାଜପେୟୀଙ୍କ ଜୀବନ ଆଦର୍ଶ ଓ ସୁଶାନ ଉପରେ ବକ୍ତବ୍ୟ ରଖି ଥିଲେ lଏହା ପରେ କବି ମାନଙ୍କ ଦ୍ୱାରା ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ l ଏହାପରେ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରକୃତ କରାଯାଇଥିଲା l

କାର୍ଯ୍ୟକ୍ରମରେ ଅଧ୍ୟାପକ ଏନ ଶ୍ରୀବlସ ଆଚରି,ପ୍ରଶାନ୍ତ ସାହୁ, ଭବେଶ ମହାନ୍ତି, ଅମିତ ଶବର, ସତୀଶ ଦାଶ, ଅମିତ ସାହୁ, ଶିବ ପଡିକା ଏବଂ ସରସ୍ବତୀ ରାଓ ସହଯୋଗ କରିଥିବା ବେଳେ l ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧଞ୍ଜୟ ବେହେରା, ଗ୍ରନ୍ଥlଗlରିକ ଦମ୍ଭରୁଧର ପଣ୍ଡା, ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ପ୍ରମୁଖ ସହଯୋଗ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

Sunil Chandra Nayak

ରାଉରକେଲା ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ତ୍ରୀଦିବସିୟ ବିଜନେସ୍ କନକ୍ଲେଭ ୨୦୨୪

masiha

Leave a Comment

error: Content is protected !!