ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 

ବ୍ଲକ ସ୍ତରୀୟ ପୋଷଣ ମାସ ପାଳନ 

ଡାବୁଗାଁ, ୩୦/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଲକ ସ୍ତରୀୟ ପୋଷଣ ମାସ ଶନିବାର ପାଳିତ ହୋଇଯାଇଛି | ପ୍ରଥମେ ସମସ୍ତ ଅଙ୍ଗନୱାଡି କର୍ମୀମାନେ କାର୍ଯ୍ୟ|ଳୟ ଠାରୁ ଏକ ରାଲିରେ ବାହାରି ଡାବୁଗାଁ ବଜାର ପରିକ୍ରମା କରି ବ୍ଲକ ସମ୍ମିଳନୀ କକ୍ଷଠାରେ ପହଞ୍ଚିଥିଲେ | ସେଠାରେ ଏକ ସଭା କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବ ଏବିଡିଓ ପଦ୍ମନାଭ ତ୍ରିପାଠୀ ଯୋଗ ଦେଇ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଖଣିଜ ଲବଣ କେଉଁ ଖାଦ୍ୟରେ କେତେ ପରିମାଣର ଥାଏ, ବିଭିନ୍ନ ଖାଦ୍ୟସାର ଅଭାବ ହେଲେ ଶରୀରର କଣ ଅସୁବିଧା ହୁଏ କହିବା ସହ ଆମ ଶରୀର ଗଠନରେ ବିଭିନ୍ନ ଖାଦ୍ୟର ଭୂମିକା ସମ୍ବନ୍ଧରେ କହିଥିଲେ | ସିଡିପିଓ ମିନତୀ ଦାଶ ଯୋଗ ଦେଇ ପୋଷଣ ମାସ ପାଳନ ର ଉଦ୍ଦେଶ୍ୟ, ଗର୍ଭବତୀ ମହିଳା ମାନଙ୍କ ମଧ୍ୟରେ ପୋଷଣ ଅଭାବ ଓ ପୋଷଣ ଉପରେ କିପରି ଜନସାଧାରଣଙ୍କ ମଧ୍ୟରେ ସଚେତନ କରାଯିବ ସେ ସମ୍ବନ୍ଧରେ ବୁଝାଇଥିଲେ | ଏଥିରେ ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ,ସାଇରାବାନୁ, ରୋଜାଲିନ ପ୍ରଧାନ, କୁନମୁନ ସେନାପତି ଓ ବିମଳାନାୟକ ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇଥିଲେ | ଏହି ଅବସରରେ ଅଙ୍ଗନୱାଡି କର୍ମୀ ମାନେ ମଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ଯ ସାମଗ୍ରୀ ଓ ବିଭିନ୍ନ ପୁଷ୍ଟି ଜାତୀୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ଶୋକ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ, ୨୦୨୫ ପାଳିତ

Sunil Chandra Nayak

ଟାଟା-ବାଦାମପାହାଡ ଟ୍ରେନ ରୁ ଦୁଇ ନାବାଳକ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!