ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ 

ବିଦ୍ୟାଳୟ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ 

ଚିଲିଗୁଡା ତା ୧୩/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏହି ବିଜ୍ଞାନ ପ୍ରଦର୍ଶନୀ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୩୨ ଟି ପ୍ରକଳ୍ପ ସାମିଲ କରାଯାଇଥିଲା ।ଏଥିରେ ବିଜ୍ଞାନ ଶିକ୍ଷକ ରାଜ କିଶୋର ସାହୁ ,ଲବକାନ୍ତ ଶବର ଏବଂ ଶିକ୍ଷୟତ୍ରୀ ଚାରୁଲତ। ନ।ଏକ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ଏହି ବିଜ୍ଞାନ ପ୍ରଦର୍ଶନୀ କୁ ଦେଖିବା ପାଇଁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏହାର ତଦାରଖ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ,ବି ଆର ସି ସି ସୁଶାନ୍ତ ଠାକୁର ,ନୀଳ ମାଧବ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ ସତନାମୀ,ସୁନୀଲ ମେହେର ,ପ୍ରଭାତ ପ୍ରହରାଜ ,ଶଙ୍କର ପାନ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ଶିକ୍ଷକ ପ୍ରଦୀପ ମାଝି ଓ ନିଲକଣ୍ଠେ ବେହେରା ଦାୟିତ୍ୱ ତୁଳାଇ ଥିବା ବେଳେ ଶିକ୍ଷକ ସୁବାଷ ଚନ୍ଦ୍ର ନ।ଏକ ,ସୌମ୍ୟରଂଜନ ରାଉତ ,ସ୍କୁଲ ପରିଚାଳନା କମିଟିର ସଭାପତି ଦୁଷ୍ମନ୍ତ ଠେଲା ପ୍ରମୁଖ ସହଯୋଗ କରିଥିଲେ ।ସେହିପରି ଜୁନାଗଡ଼ ବ୍ଲକ ତଳ ମଲା ହାଇ ସ୍କୁଲରେ ମଧ୍ୟ ବାଲ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି ।ଏହି ବିଜ୍ଞାନ ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ୧୨ ଗୋଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ସେନାପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ପୂଜା ମନ ହୀରା ,ସମିତି ସଭ୍ୟ। ଗୀତାଞ୍ଜଳି ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ,ସୀମା ଦାସ ଏବଂ ଗିରିଧାରୀ ଦୀପ ସହଯୋଗ କରି ଥିବା ବେଳେ ଧନୁର୍ଜୟ ମାଝି ମଞ୍ଚ ପରି ଚାଳନା କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା 

masiha

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

masiha

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!