ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ”

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ”

ସମଗ୍ର ବିଶ୍ବ ପାଳନ କରିଛି ସ୍ବାଧୀନତା ପ୍ରେସ ଦିବସ। କଳାହାଣ୍ଡି ଜିଲ୍ଲାର ହୋଟେଲ ଭାଗିରଥି ଇନ ଠାରେ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ତରଫରୁ ମଧ୍ୟ ଏକ ନିଆରା ଢଙ୍ଗରେ ଏହି ସ୍ମରଣୀୟ ଦିବସକୁ ପାଳନ କରିଛି ! ବିଶ୍ୱ ଆବାହକ ପାଳନ କମିଟି ର ସତ୍ୟ ନାରାୟଣ ମହାପାତ୍ର ଏହି ଉତ୍ସବକୁ ପରିଚାଳନା କରିଥିବା ବେଳେ ରଜନୀ କାନ୍ତ ମିଶ୍ର ସଭାପତିତ୍ବ କରିଥିଲେ। ସଭା ଆରମ୍ଭ ପୂର୍ବରୁ ମା ମାଣିକେଶ୍ବରୀ ଙ୍କ ମୂର୍ତ୍ତି ରେ ପୂଜାର୍ଚନା କରାଯାଇ ବିଶ୍ବ ସ୍ବାଧୀନତା ପ୍ରେସ ଦିବସ କୁ ଖୁସୀ ଓ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ମାଳବୀକା ଦେଓ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ସାମ୍ବାଦିକ ଭବନ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠି ରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଔନ, ପଦ୍ମଶ୍ରୀ ପଟ୍ଟାୟତ୍ ସାହୁ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ ବେହେରା,ଓ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ୪ ଡ଼ିସିମିଲ ଜାଗା ଯୋଗାଇ ଦେବା ସହ ସାମ୍ବାଦିକ ଗୃହ ନିର୍ମାଣ ପାଇଁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ କରିବେ ବୋଲି ଦୃଢୋକ୍ତି ପରି ପ୍ରକାଶ କରିଥିଲେ।ଏହି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସରେ ସାମ୍ବାଦିକ ମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ଆଲୋକିତ କରିବା ଏବଂ ବିଶ୍ୱ ବ୍ୟାପି ପ୍ରେସ ସ୍ୱାଧୀନତା ପାଇଁ ଅଧିକ ସୁରକ୍ଷା ର ପ୍ରୋତ୍ସାହନ ହେବା ଜରୁରୀ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ର ର ପ୍ରଚାର, ମାନବିକ ଅଧିକାର ର ସୁରକ୍ଷା ତଥା କ୍ଷମତାରେ ଥିବା ଲୋକଙ୍କୁ ଉତ୍ତରଦାୟୀ କରିବାର ସାମ୍ବାଦିକ ମାନେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ ଅଟେ ବୋଲି ମତ ପ୍ରକାଶ ପାଇଥିଲା।

ଏହି ସଙ୍ଘ ପକ୍ଷରୁ ମସିହା ଖବର କାଗଜର ସମ୍ପାଦକ ସୁନୀଲ ଚନ୍ଦ୍ର ନାୟକଙ୍କୁ ” ସାମ୍ବାଦିକ ଗୌରବ ସମ୍ମାନ’ ରେ ସମ୍ମାନିତ କରାଯାଇଥବା ବେଳେ ଓଟିଭି ର ସାମ୍ବାଦିକ ଶ୍ରୀ ଇଂଗିତ କୁମାର ପଣ୍ଡାଙ୍କୁ ” ସାମ୍ବାଦିକ ସୌରଭ ସମ୍ମାନ ” ରେ ସମ୍ମାନିତ କରାଯାଇଥିଲା।ଯୁବ ସାମ୍ବାଦିକ ଚିତ୍ତ ରଞ୍ଜନ ବିଶି, ଦୀପକ ସାହୁ , ଉମେଶ ଦୁରିଆ, ହେମନ୍ତ ରାୟ ପ୍ରମୁଖଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ସାମ୍ବାଦିକ ଚିତ୍ତରଞ୍ଜନ ବିଶି ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା।

 ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

TRUCK AND PICKUP VAN COLLIDE AND CATCH FIRE UNDER Rly Bridge IN RAYAGADA

masiha

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

ବାବା ଭୀମରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!