ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବାଞ୍ଜି ରେ ଏସ.ୟୁ.ଜେ ପକ୍ଷରୁ    ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି ରେ ଏସ.ୟୁ.ଜେ ପକ୍ଷରୁ

   ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି,୩|୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶନିବାର ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ଙ୍କ ନେତୃତ୍ବରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଗଣମାଧ୍ଯମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ,ଗାଣତାନ୍ତ୍ରିକ ସୁରକ୍ଷା ପାଇଁ ଗଣମାଧ୍ଯମ ଅହରହ ପ୍ରୟାସ କରିଥାଏ। ଏହା ଯେତିକି ପ୍ରଗତିଶୀଳ, ସକାରାତ୍ମକ ହେବ ସମାଜ ସେତିକି ସୁଦୃଢ଼ ଏବ ଉନ୍ନ‌ତ ହେବ। ଯେଉଁ ଦେଶର ଗଣମାଧ୍ଯମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ। ଗଣମାଧ୍ୟମ ଯେତେ ସ୍ବାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ। କଥାକୁ ଉପଲବ୍ଧି କରି ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩ କୁ ବିଶ୍ବ ପ୍ରେସ୍ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥ୍‌ଲା। ଏହି ଦିନ ଟି ଭାରତ ତଥା ସମଗ୍ର ବିଶ୍ଵରେ ଗଣମାଧ୍ୟମର ଅବଦାନକୁ ମନେ ରଖୁବା ପାଇଁ ଉତ୍ସର୍ଗୀକୃତ। ସୁସ୍ଥ ସମାଜ ଗଠନରେ ଗଣମାଧ୍ଯମର ଭୂମିକା ସମ୍ପର୍କରେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସାମ୍ବାଦିକଙ୍କ ଗୁରୁତ୍ବ କେତେ ସଚେତନତ ତାହା ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହୋଇ ଆସୁଛି। ଗଣମାଧ୍ଯମ ଓ ସାମ୍ବାଦିକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ଦିବସ ବାର୍ଭା ପ୍ରଦାନ କରିଥାଏ | ସେହିପରି ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ନେଇ ଏହି ଦିବସ ବାର୍ତ୍ତା ବହନ କରିଥାଏ। ଗଣମାଧ୍ଯମର ସ୍ବାଧୀନତା ଦ୍ବାରା ହିଁ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା ହୋଇପାରିବ ଓ ଏହା ସମାଜ କୁ ଏକ ସକାରାତ୍ମକ ଦିଗରେ ନେବାରେ ସକ୍ଷମ ହେବ ବୋଲି ରାଜ୍ୟ ସାମ୍ବାଦିକ ସଂଘ (ଏସ.ୟୁ.ଜେ) ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ ତାଙ୍କ ଅଭିଭାଷଣରେ କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଏସ.ୟୁ.ଜେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ଶବର, ତୁଳସୀରାମ ଜଗତ, ସଦସ୍ୟ ମୋହନ ସୁନା, ରାକେଶ ସରାଫ,ବିକାଶ ଶର୍ମା, ମୀନକେତନ ନିଆଳ,ଟିକେଶ୍ବର ତାଣ୍ଡି,ପିତାମ୍ବର ଦୀପ ସହ ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

ବମକ ପଞ୍ଚାୟତ ର ପୂର୍ବତନ ତଥା ପ୍ରଥମ ସରପଞ୍ଚ କିଆ ସାହୁ ଙ୍କ ପରଲୋକ

Sunil Chandra Nayak

ସଚ୍ଚିଦାନନ୍ଦ ଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ

masiha

Leave a Comment

error: Content is protected !!