ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଚନ୍ଦ୍ରପୁର : ୦୨/୦୫ (କେଶବ ସାରାକା ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ନୂଆସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା ଖବର ପାଇ ଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଭଳି ହୃଦୟ ବିଦାରକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁଇ ଦମ୍ପତି ହେଲେ ଶ୍ରୀୟା ବଡ଼ନାୟକ ( ୧୪ ) ଓ କେଦାର କୁସୁଲିଆ (୨୨) ଉଭୟ ୨ ବର୍ଷ ହେବ ପ୍ରେମ ବିବାହ କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ଅସ୍ପଷ୍ଟ ହୋଇଥିବା ବେଳେ ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁ ନୂଆସାହିର ବୋଲି ଜଣାପଡ଼ିଛି। ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣା ର ଅଧିକା ତଦନ୍ତ ଆରମ୍ଭ କରିଛି ପୋଲିସ ଏହା ର ପୋଷ୍ଟମର୍ଟମ ରିପୋର୍ଟ ରେ କୁ ନେଇ କେଉଁ କାରଣରୁ ଘଟଣା ଘଟିଛି ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି। 

Related posts

ପୂର୍ବ ଶତ୍ରୁତାରୁ ହଣାକଟା ଜଣେ ଗୁରୁତର,ଗୁରୁତରଙ୍କୁ ପ୍ରଥମେ ବସ୍ତା ପରେ ବାଲେଶ୍ଵର ସ୍ଥାନାନ୍ତର

masiha

ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ

ଯୁବକର ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ ଦାବୀ କଲେ ସମାଜସେବୀ

Leave a Comment

error: Content is protected !!