ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ସମେତ ସ୍କୁଟି ଜବତ ଅଭିଯୁକ୍ତ ଗିରଫ !!!

ବାଣପୁର:-ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ,ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀମଦ ବେବସାୟୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ଦେଶୀମଦ ସମେତ ଏକ ସ୍କୁଟି ଜବତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ଆଜି ସକାଳେ ଚୋରା ଦେଶୀମଦ କାରବାର ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ବାଣପୁର ବାଲେଡିହ ଛକ ନିକଟରେ ଚଢ଼ାଉ କରାଯାଇ ବାଣପୁର ଥାନା ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ (୫୫)ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୬୦ ଲିଟର ଚୋର ଦେଶୀମଦ ସମେତ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରିବା ସହିତ ତାଙ୍କ ବିରୁଦ୍ଧରେ ପିଆର କେସ ନମ୍ବର ୧୩/୨୩-୨୪ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ସେଲ୍‌ କଲୋନୀରେ ଘର ଖାଲି ଦେଖି କବାଟ ଭାଙ୍ଗି ଲୁଟ୍‌ ଚୋରି ମାମଲାରେ ଯୁବକ ଗିରଫ, ସୁନା-ରୁପା ଗହଣା ସହ ୩ ମୋବାଇଲ ଜବତ

Sunil Chandra Nayak

ବିପୁଳ ପରିମାଣର ଗଞ୍ଜେଇ ଜବତ, ୦୨ ଗିରଫ 

masiha

ସିନ୍ଧିଚୋର ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ ; ୪ ଗିରଫ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ 

Leave a Comment

error: Content is protected !!