ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

କୋକସରା,୯/୪ // ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ପଡିଛନ୍ତି ମଦ ମାଫିଆ, ଠିପି ବନ୍ଦ ମଦ ଦୋକାନରୁ ବେନିୟମ ଭାବେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି ବିଦେଶୀ ମଦ । ଅବକାରୀ ବିଭାଗର କର୍ମଚାରୀ ମାନେ ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। କାରଣ ହେଉଛି ବିଦେଶୀ ମଦ ଦୋକାନ ମାଲିକ ମାନେ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଶଲାସୁତୁରା ରଖି ପରୋକ୍ଷରେ ମଦ ଚାଲାଣକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି। କୌଣସି ସୂତ୍ରରୁ ଖବର ପାଇ କୋକସରା ଥାନା ପୁଲିସ ପକ୍ଷରୁ ରବିବାର ବିଳମ୍ବିତ ରାତିରେ କୋକସରା ଥାନା ଅନ୍ତର୍ଗତ ଚିକିଳି ଗ୍ରାମ ନିକଟରେ କଲମପୁର ଥାନା ମଣ୍ଡଳ ଠିପି ବନ୍ଦ ମଦ ଦୋକାନରୁ ବେଆଇନ ଭାବେ କୋକସରା ବ୍ଲକର ଲଡୁଗାଁ ଅଞ୍ଚଳକୁ ଚାଲାଣ ହେଉଥିବା ବିଦେଶୀ ମଦକୁ ଜବତ କରାଯାଇଛି ଓ ଜଣେ ବିଦେଶୀ ମଦ ଦୋକାନର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ବାଇକ ନମ୍ବର ଓଡି ୦୮ୟୁ ୯୯୮୧ ରେ ୩୬.୦୮ଲିଟର ବିଦେଶୀ ମଦ ଜବତ ହୋଇଥିବା ନେଇ କୋକସରା ଥାନା ପକ୍ଷରୁ ସୂଚନା ମିଳିଥିବା ବେଳେ ମଦ ଚାଲାଣରେ ଜଣେ ବିଦେଶୀ ମଦ ଦୋକାନ କର୍ମଚାରୀ ଜିତେନ୍ଦ୍ର ପ୍ରସାଦ(୩୯) ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଏନେଇ କୋକସରା ଥାନା କେଶ ନମ୍ବର ୮୬/୨୪ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ଥାନା ଆଇଆଇସି ରନିତା ପ୍ରଧାନ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇଘର ବ୍ଲକ୍ ସଦର ମହକୁମାରେ ମାଓବାଦୀ ପୋଷ୍ଟର…. ହାତିଗାଁ ର CRPF କ୍ୟାମ୍ପ କୁ ବିରୋଧ

Sunil Chandra Nayak

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

Sunil Chandra Nayak

Leave a Comment

error: Content is protected !!