ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

କୋକସରା,୯/୪ // ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ପଡିଛନ୍ତି ମଦ ମାଫିଆ, ଠିପି ବନ୍ଦ ମଦ ଦୋକାନରୁ ବେନିୟମ ଭାବେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି ବିଦେଶୀ ମଦ । ଅବକାରୀ ବିଭାଗର କର୍ମଚାରୀ ମାନେ ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି। କାରଣ ହେଉଛି ବିଦେଶୀ ମଦ ଦୋକାନ ମାଲିକ ମାନେ ଅବକାରୀ ବିଭାଗ କର୍ମଚାରୀଙ୍କ ସହ ଶଲାସୁତୁରା ରଖି ପରୋକ୍ଷରେ ମଦ ଚାଲାଣକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହେଉଛି। କୌଣସି ସୂତ୍ରରୁ ଖବର ପାଇ କୋକସରା ଥାନା ପୁଲିସ ପକ୍ଷରୁ ରବିବାର ବିଳମ୍ବିତ ରାତିରେ କୋକସରା ଥାନା ଅନ୍ତର୍ଗତ ଚିକିଳି ଗ୍ରାମ ନିକଟରେ କଲମପୁର ଥାନା ମଣ୍ଡଳ ଠିପି ବନ୍ଦ ମଦ ଦୋକାନରୁ ବେଆଇନ ଭାବେ କୋକସରା ବ୍ଲକର ଲଡୁଗାଁ ଅଞ୍ଚଳକୁ ଚାଲାଣ ହେଉଥିବା ବିଦେଶୀ ମଦକୁ ଜବତ କରାଯାଇଛି ଓ ଜଣେ ବିଦେଶୀ ମଦ ଦୋକାନର କର୍ମଚାରୀଙ୍କୁ ଅଟକ ରଖାଯାଇଛି। ବାଇକ ନମ୍ବର ଓଡି ୦୮ୟୁ ୯୯୮୧ ରେ ୩୬.୦୮ଲିଟର ବିଦେଶୀ ମଦ ଜବତ ହୋଇଥିବା ନେଇ କୋକସରା ଥାନା ପକ୍ଷରୁ ସୂଚନା ମିଳିଥିବା ବେଳେ ମଦ ଚାଲାଣରେ ଜଣେ ବିଦେଶୀ ମଦ ଦୋକାନ କର୍ମଚାରୀ ଜିତେନ୍ଦ୍ର ପ୍ରସାଦ(୩୯) ଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଏନେଇ କୋକସରା ଥାନା କେଶ ନମ୍ବର ୮୬/୨୪ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ଥାନା ଆଇଆଇସି ରନିତା ପ୍ରଧାନ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

masiha

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ କପ ସିରଫ ଜବତ

Sunil Chandra Nayak

Leave a Comment

error: Content is protected !!