ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଋଣ ବୋଝ ସହିନପାରି ଦମ୍ପତି ଙ୍କ ଆତ୍ମହତ୍ୟା 

ଋଣ ବୋଝ ସହିନପାରି ଦମ୍ପତି ଙ୍କ ଆତ୍ମହତ୍ୟା 

ଆସିକା, ୨୫/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଝାଡବନ୍ଧ ପଞ୍ଚାୟତ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗାଁ ର ସୀମାଞ୍ଚଳ ବିଷୋୟୀ(୬୬),ଓ ତାଙ୍କ ପତ୍ନୀ ନମିତା ବିଷୋୟୀ (୬୧) ବେକରେ ରଶି ଲଗାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମୃତ ଦମ୍ପତି ଙ୍କ ପାଞ୍ଚ ଝିଅ ଓ ଜଣେ ପୁଅ । ଗତ ଚାରି ମାସ ପୂର୍ବେ ପୁଅର ମୃତ୍ୟୁ ଘଟିଛି। ପୂର୍ବରୁ ପାଞ୍ଚ ଝିଅ ମଧ୍ୟରୁ ଚାରି ଝିଅ ବାହା ହୋଇସାରିଥିବା ବେଳେ ଗତ ଚାରି ଦିନ ପୂର୍ବରୁ ସାନ ଝିଅ ର ବାହାଘର ସାରିଥିଲା । ଝିଅ ବାହାଘର ରେ ଦମ୍ପତି ବହୁ ଲୋକଙ୍କ ଠାରୁ ଧାର କରଜ କରିଥିବା ଅସମର୍ଥିତ ସୂତ୍ରରୁ ଖବର ମିଳିଛି। ଗତ ଶୁକ୍ରବାର ରାତିରେ ଉଭୟ ପତି ପତ୍ନୀ ଖାଇସାରି ଶୋଇବାକୁ ଯାଇଥିଲେ। ସକାଳୁ ଘର କବାଟ ଖୋଲିବା ପରେ ଉଭୟେ ରଶି ଦ୍ୱାରା ନିଜ ଘରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

 

Related posts

ଜମିବାଡିକୁ କେନ୍ଦ୍ର କରି ଗଣ୍ଡଗୋଳ, ୨ ଗିରଫ 

masiha

ଛେଳି ଚୋରକୁ ଉତ୍ତମ ମଧ୍ୟ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ 

masiha

ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

Sunil Chandra Nayak

Leave a Comment

error: Content is protected !!