ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

କାମାକ୍ଷାନଗର- କାମାକ୍ଷାନଗର ସହର ଅନ୍ତର୍ଗତ ତଥା କୁମ୍ଭାରଶାଳ ପ୍ରାଙ୍ଗଣ ଠାରେ ଆଜି ନିର୍ମାଣଧିନ ପ୍ରଭୁ ଶିନିଶ୍ଚର ମନ୍ଦିରରେ ଉଷା ପାଳନ କଲେ । କିଛି ବର୍ଷ ପୂର୍ବେ ଉକ୍ତ ସ୍ଥାନରେ ଆମ୍ବଗଛ ମୂଳେ ଶନି ଠାକୁର ପୂଜା ପାଉଥିଲେ । ଦିନକର କଥା ଏକ ବାଛୁରୀ ଛୁଆ ଭୀଷଣ ରୋଗରେ ପୀଡିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଜଣେ ଭକ୍ତ ବାଛୁରୀ ଛୁଆ କୁ ଏହି ପୀଠ କୁ ଆଣି ତାହାର ସୁସ୍ଥତା ପାଇଁ ଆଧିଆ ପଡ଼ିଥିଲା । ଶନିଶ୍ଚର ଭଗଵାନଙ୍କ କୃପାରୁ ବାଛୁରୀ ଛୁଆଟି ନୂଆ ଜୀଵନ ପାଇଲା । ପ୍ରଭୁ ଶନିଶ୍ଚର ଭଗବାନଙ୍କ ମହିମା ଅପରମ୍ପାର। ଏଣୁ ଏହି ଉଦେଶ୍ୟରେ ମନ୍ଦିର ନିର୍ମାଣ ହୋଇଛି । ଭକ୍ତ ଆଉ ଭଗଵାନ ଭିତରେ ଥିବା ଅତୁଟ ଶ୍ରଦ୍ଧା ଆଉ ଭକ୍ତିର ପ୍ରତୀକ ଏ ମନ୍ଦିର ।

ମାନସିକ ଧାରୀ ୨oo ରୁ ଉର୍ଦ୍ଧ ମହିଳା ମାନେ ଏହି ଉଷାରେ ଭାଗ ନେଇଥିଲେ, ଶ୍ରଦ୍ଧାଳୁମାନେ ଆଜିର ଏ ଉଷାରେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ। ନ୍ୟାୟ ଧର୍ମର ଠାକୁର ଶନିଶ୍ଚର ମହାରାଜା ଚରାଚର ଜୀବଜଗତର ମଙ୍ଗଳ କରନ୍ତୁ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ 

Sunil Chandra Nayak

ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ 

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଯାଦବ ସମାବେଶ.. ତୃତୀୟ ଥର ପାଇଁ ଗରୁଡଧ୍ୱଜ ସଭାପତି ଓ ନରୋତ୍ତମ ସଂପାଦକ ମନୋନୀତ

Sunil Chandra Nayak

Leave a Comment

error: Content is protected !!