ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଭାବରେ ପ୍ରମିଳା ପଧାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା 

ବିଜୁ ମହିଳା ଜନତା ଦଳର ବ୍ଲକ ସଭାପତି ଭାବରେ ପ୍ରମିଳା ପଧାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା 

ରୁପ୍ରା, 25/4 (ଅଜୟ ସେନାପତି ) : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଶୁକ୍ରବାର ବିଧିବଦ୍ଧ ଭାବରେ ବିଜୁ ମହିଳା ଜନତା ଦଳର ବ୍ଲକ ଓ ନଗର ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି l ସୂଚନା ମୁତାବକ ନର୍ଲା ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଭାବରେ ପୁଣିଥରେ ପ୍ରମିଳା ପଧାନଙ୍କ ନାମ ଘୋଷଣା ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି l ନର୍ଲା ବ୍ଲକ କର୍ମେ ଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ମୁରସିଙ୍ଗ ଗ୍ରାମର ସମାଜସେବୀ ଅର୍ଜୁନ ପଧାନଙ୍କ ପତ୍ନୀ ପ୍ରମିଳା ପଧାନ ପୂର୍ବତନ ସରପଞ୍ଚ, ନାରୀନେତ୍ରୀ ତଥା କୁଲତା ସମାଜର ଜଣେ ଆଗଧାଡିର କର୍ମକର୍ତ୍ତା ଭାବରେ ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଳାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ତେବେ ବିଜୁ ମହିଳା ଜନତା ଦଳର ନର୍ଲା ବ୍ଲକ ସଭାପତି ଭାବରେ ଶ୍ରୀମତୀ ପଧାନଙ୍କ ନାମ ଘୋଷଣା ହେବାପରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ସରୋଜ କୁମାର ରାଉତ, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ଜୟନ୍ତ ଗୌଡ଼, ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ନର୍ଲା ସମିତି ସଭ୍ୟସଙ୍ଘର ସଭାପତି ଜୟ ମେହେର, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ଘାସିରାମ ସାହୁ, ଛାତ୍ର ନେତା ଗୋବିନ୍ଦ ତାଣ୍ଡିଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Related posts

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବିଜେଡି ଶାସନରେ ରାଜନେତାଙ୍କ ଅପରାଧର ଚରା ଭୁଇଁ ପାଲଟିଛି ଓଡିଶା ବିରୋଧର ସତ୍ୟାଗ୍ରହ

Sunil Chandra Nayak

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ

masiha

Leave a Comment

error: Content is protected !!