ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ବିଜୁ ଜନତା ଦଳ ର ସିଂଲା, ନାବରା ଓ ପୁଟୁରା ଗ୍ରାମ ପଞ୍ଚାୟତକୁ ନେଇ ଜନ ଆଶୀର୍ବାଦ ସମାବେଶ ଓ ମିଶ୍ରଣ ପର୍ବ

ବସ୍ତା,୦୪/୦୫: ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂଲା ୩୨ ବେଶ ପ୍ରଦର୍ଶନୀ ପଡ଼ିଆ ନିକଟରେ ବାଲେଶ୍ବର ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଅନାଦି ଦାସ ଙ୍କ ସଭାପତିତ୍ବରେ ସିଂଲା, ପୁଟୁରା ଓ ନାବରା ପଞ୍ଚାୟତର କର୍ମୀ ମାନଙ୍କୁ ନେଇ ଏକ ଜନ ଆଶୀର୍ବାଦ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରାର୍ଥୀ ଙ୍କ ସମେତ ଅନ୍ୟ ନେତ୍ରୁ ମଣ୍ଡଳୀ ସିଂଲା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ହେବା ପରେ ସେଠାରେ ମହାପ୍ରଭୁଙ୍କ ଦର୍ଶନ ପୂର୍ବକ ସଙ୍କୀର୍ତ୍ତନ ମାଧ୍ୟମରେ କର୍ମୀମାନେ ବାଲେଶ୍ୱର ଲୋକସଭା ପ୍ରାର୍ଥୀନୀ ଡକ୍ଟର୍ ଲେଖାଶ୍ରୀ ସାମନ୍ତ ସିଂହାରଓ ଜଳେଶ୍ଵର ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ରଙ୍କୁ ମନ୍ଦିର ଠାରୁ ସଭା ମଞ୍ଚ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ମାଧ୍ୟମରେ ପାଛୋଟି ନେଇଥିଲେ । ଏହି ସମାବେଶରେ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀଯୁକ୍ତ ଜୟନ୍ତ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ଦେବା ସହିତ ତିନି ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ଅଦ୍ଵୈତ୍ୟ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୃଷ୍ଟିଧର ପାତ୍ର, ନାବରା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ବିଶ୍ବାଳ ଓ ପୁଟୁରା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ସୁଦର୍ଶନ ଜେନା ୨ ଜଣ ପ୍ରାର୍ଥୀଙ୍କୁ ଉତ୍ତରୀୟ ଦେଇ ସମ୍ୱର୍ଦ୍ଧନା ଦେଇଥିଲେ । ସିଂଲା ରେ ଏହି ସମାବେଶରେ ବାଲେଶ୍ଵର ଜିଲ୍ଲାର ଲୋକସଭା ପ୍ରାର୍ଥିନୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ଜଳେଶ୍ଵର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଆଶ୍ୱିନୀ କୁମାର ପାତ୍ର ଙ୍କୁ ଶଙ୍ଖଚିହ୍ନରେ ବିପୁଳ ସଂଖ୍ୟାର ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ ଦାସ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁଜାତା ରାଣୀ ଦଣ୍ଡପାଟ, ଲୋକସଭା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ମାନସ ଦାସ ପଟ୍ଟନାୟକ, ସିଂଲା ପଞ୍ଚାୟତ ସମିତି ସଦସ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ସୋରେନ, ସମାଜସେବୀ ଶ୍ରୀଯୁକ୍ତ ଭଜହରି ପରିଡା, ବିଜେଡି ନେତ୍ରୀ ଶ୍ରୀମତୀ ଦେବଜାନୀ ଦାସ, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ରାଜ ଇତ୍ୟାଦି ମଞ୍ଚାସିନ ହୋଇ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର, ମନୋରଞ୍ଜନ ଗିରି, ନିତ୍ୟାନନ୍ଦ ପ୍ରଧାନ, ଦେବେନ୍ଦ୍ର ଘୋଷ, ଚିତ୍ତରଞ୍ଜନ ଦାଶ, ସୁସ୍ମିତା ସାହୁ, ନିରଞ୍ଜନ ସାହୁ, ଅନାଦି ପ୍ରଧାନ, ଅବନୀ ସାମଲ, ରାଜେନ୍ଦ୍ର ଦାସ, ସଞ୍ଜିବ ଦଳାଇ, ସଂଗ୍ରାମ ଦଳାଇ, ପର୍ଶୁରାମ ଦାସ, ବିଜୟ ସାମଲ, ସୁଧାଂଶୁ ଜେନା, ନାରାୟଣ ଜେନା, ଗୌରାଙ୍ଗ ବିଶ୍ବାଳ, ଚତୁର୍ଭୁଜ ଚଣ୍ଡ, ସୌମ୍ୟ ରଞ୍ଜନ ଦଳାଇ, ଆଦିକନ୍ଦ ମହାପାତ୍ର ଇତ୍ୟାଦି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ମିଶ୍ରଣ ପର୍ବରେ ତିନୋଟି ପଞ୍ଚାୟତରୁ ୧୦୦ ରୁ ଉର୍ଦ୍ଧ୍ବ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବ ମୂର୍ତ୍ତିରେ ଅନୁପ୍ରାଣୀତ ହେବା ସହିତ ମାନ୍ୟବର ମନ୍ତ୍ରୀ ତଥା ବିଜେଡ଼ିର ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାନସଭା ଯୋଦ୍ଧା ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ରଙ୍କ ବଳିଷ୍ଠ ନେତୃତ୍ବରେ ଅନୁପ୍ରାଣୀତ ହୋଇ ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିବାସହ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ହେଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସମାବେଶକୁ ସାଙ୍ଗ କରାଗଲା ।

====…=.=.===…==..=========…====

ସୁନାକଣିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ବ୍ୟବସାୟୀ ମୃତ, ଚାଳକ ଗୁରୁତର

ବସ୍ତା ,୪।୫: ପଶ୍ଚିମ ମେଦିନିପୁର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ଦାଦୁ ଢାବା ନିକଟରେ ଟ୍ରକର ପଛକୁ ଏକ ପିକଅପ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ଚାଳକ ଗୁରୁତର ହୋଇଥିବା ବେଳେ ପିକଅପ୍ ଭିତରେ ଥିବା ବ୍ୟବସାୟୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ବସ୍ତା ଥାନା ନଟାକଟା ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଗୌରମୋହନ ଦାସ(୬୫)।ସୂଚନା ଅନୁସାରେ ଗୌରମୋହନଙ୍କର ଅମର୍ଦ୍ଦାରୋଡ଼ ବଜାରରେ ଏକ ହୋଲସେଲ୍ ଗ୍ରୋସରୀ ଦୋକାନଟିଏ ରହିଛି। ପଶ୍ଚିମବଙ୍ଗର ବେଲଦାରୁ ବିଭିନ୍ନ ଗ୍ରୋସରୀ ସାମଗ୍ରୀ ଆଣି ଆଖପାଖ ଅଂଚଳର ଛୋଟ ଛୋଟ ଦୋକାନୀ ମାନଙ୍କୁ ବିକ୍ରି କରିଥାନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ସକାଳ ସମୟରେ ଗୌରମୋହମ ଓଡ଼ି୦୧ ଏଏଲ୍ ୬୮୦୧ ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନରେ ବେଲଦା ମାଲ କରିବାକୁ ଯାଇଥିଲେ।ଅପରାହ୍ନ ରେ ମାଲ ଭର୍ତ୍ତି ପିକଅପରେ ଅମର୍ଦ୍ଦାରୋଡ଼ ଫେରୁଥିବା ସମୟରେ ସୁନାକଣିଆ ଦାଦୁ ଢାବା ନିକଟରେ ସାମ୍ନାରେ ଥିବା ଟ୍ରକ(ଏପି ୦୫ଟିଏମ୍ ୫୨୧୯)ର ପଛକୁ ଧକ୍କା ହୋଇଥିଲା।ଦୁର୍ଘଟଣା ଏଡ଼େ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ପିକଅପର ସାମନା ଭାଗଟି ଭାଙ୍ଗିରୁଜି ଯାଇଥିବା ବେଳେ ଗୌରମୋହନ ଓ ଚାଳକ ଜଳେଶ୍ଵର ଥାନା ଦେଉଳି ପଞ୍ଚୁଘଣ୍ଟା ଗ୍ରାମର ରବିନ୍ଦ୍ର ମୁଖୀ (୪୩) ପିକଅପ୍ ଭିତରେ ଚାପି ହୋଇ ରହିଯାଇଥିଲେ।ଘଟଣା ସ୍ଥଳରେ ଦାନ୍ତୁନ ପୁଲିସ ପହଞ୍ଚି ଜେସିବି ସାହାଯ୍ୟରେ ପିକଅପଟିକୁ ଖଣ୍ଡ ଖଣ୍ଡ କରି କାଟି ଦୁହିଙ୍କୁ ଉଦ୍ଧାର କରିଥିଲେ।ଗୌରମୋହନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚାଳକ ରବୀନ୍ଦ୍ରଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା।ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଶବ ବ୍ୟବଚ୍ଛେଦ ସମୟ ଅତିବାହିତ ହୋଇଯାଇଥିବାରୁ ଗୌରମୋହନଙ୍କ ମୃତ ଦେହକୁ ସ୍ଥାନୀୟ ଦାନ୍ତୁନ ହସ୍ପିଟାଲର ଫ୍ରିଜିଂ କୋଠରିରେ ରଖାଯାଇଛି।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଦାନ୍ତୁନ ପୁଲିସ ସୂଚନା ଦେଇଛି।ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅମର୍ଦ୍ଦାରୋଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

=======================.=========

ଜିକେ ଭଟ୍ଟର ଡାକ୍ତରଖାନାର ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଆଜି ୬ଜଣଙ୍କୁ କୋୖର୍ଟ ଚାଲାଣ କଲା ଜଳେଶ୍ୱର ପୋଲିସ 

ବସ୍ତା,୦୪/୦୫: ଚିକିତ୍ସା ଅବହେଳା ରୁ ରୋଗି ମୃତ୍ୟୁକୁ କେନ୍ଦ୍ର କରି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଉତ୍ତେଜନା, ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ର ଇନଚାର୍ଜ ଡାକ୍ତର ଦିଲ୍ଲିପ ପାତ୍ର ଙ୍କୁ ମାଡ ମାରିଲେ ମୃତ ରୋଗି ଙ୍କ ସଂପର୍କୀୟ , ସୂଚନା ଅନୁଯାୟୀ ଜଳେଶ୍ଵର ଥାନା ଅନ୍ତର୍ଗତ ଚକହରି ଗ୍ରାମର ଉମେଶ ଉଝା ଗତକାଲି ମଧ୍ଯାହ୍ନ ସମୟରେ ଘରୋଇ କଳହ ଯୋଗୁଂ ବିଷ ପିଇ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଂଇ ଜଳେଶ୍ବର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ, ମାତ୍ର ହସପିଟାଲ ରେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର ରୋଗି ଦେଖିବାରେ ଅବହେଳା କରିବାରୁ ରୋଗି ର ମୃତ୍ୟୁ ର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି, ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ମୃତକ ଙ୍କ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ମାଡ ମାରିଥିବା ବେଳେ ଜଳେଶ୍ୱର ପୋଲିସ ୬ଜଣଙ୍କୁ ଗିରଫ କରି ଶନିବାର ଅପରାହ୍ନ ସମୟରେ କୋୖର୍ଟ ଚାଲାଣ କରିଥିବା ଜଣାଯାଇଛି।

=======================9=====

ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଲା ଯାତ୍ରୀବାହି ବସ, ଅଳ୍ପକେ ବର୍ତ୍ତିଲେ ୫୦ ରୁ ଉର୍ଧ୍ଵ ଯାତ୍ରୀ 

ବସ୍ତା ୦୪/୦୫: ବସ୍ତା ଥାନା ଅନ୍ତର୍ଗତ ଶୁକ୍ରବାର ବିଳମ୍ବିତ ରାତିରେ ୬୦ ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ସୁରକ୍ଷା ବାଡ଼ କୁ ଧକ୍କା ଦେଲା ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍, ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ, ବାଲେଶ୍ବର ରୁ କଲିକତା ଯାଉଥିଲା ବେଳେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ କୁ ଉକ୍ତ ବସ ଧକ୍କା ଦେଇଥିଲା , ଫଳରେ ବସ ରେ ୫୦ ରୁ ଉର୍ଧ୍ଵ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ,ତେବେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବାର ସୂଚନା ମିଳିଛି l ତେବେ ଶନିବାର ସକାଳ ସମୟରେ ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ପହଂଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏମିତିବି ଆସେ ମୃତ୍ୟୁ, ସାଇକେଲରୁ ପଡିବାମାତ୍ରେ ସୁରଥ ପଧାନଙ୍କ ପରଲୋକ 

Sunil Chandra Nayak

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

masiha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହିଣୀ ବିଭାରାଣୀ

masiha

Leave a Comment

error: Content is protected !!