ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

ଢେ଼ଙ୍କାନାଳ( ମ ସୀହା )୦୯/୦୨/୨୩_ଚଳିତ ବର୍ଷ ଜାନୁଆରୀ ୧୬ ରୁ ଫେବୃଆରୀ ୧୫ ଯାଏ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସର ରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟ ରେ ଟାଟା ଷ୍ଟିଲ ମେରାମଣ୍ଡଳୀ କମ୍ପାନୀ ପରିସରରେ ରିଲେଇବ୍ଲେ ଇନ୍ଫ୍ରାଟେକ୍ ତରଫରୁ ଏମ୍ ଡି ପ୍ରମୋଦ କୁମାର ସିଂହ, ମ୍ୟାନେଜର ନରସିଂହ ଯାଦବ ଓ ସାଇଟ୍ _ଇନ୍_ ଚାର୍ଜ ମହେନ୍ଦ୍ର ଦାସଙ୍କ ନେତୃତ୍ବ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ନେଇ ଏକ ବିରାଟ ରାଲି କାରଖାନା ର ସମସ୍ତ ସାଇଟ୍ କୁ ପରିକ୍ରମା କରିଥିଲା l ସଡ଼କ ସୁରକ୍ଷା ଜୀବନ ରକ୍ଷା, ନିଜ ସୁରକ୍ଷା ନିଜ ହାତରେ, ଦୃତ୍ ଗତି ମହା ବିପତ୍ତି ଆଦି ସ୍ଲୋଗାନ ଦେଇ ଡି ଆର୍ ଆଇ, ପାୱାର ପ୍ଲାଣ୍ଟ, ଲାଇମ୍ ପ୍ଲାଣ୍ଟ, ବି ଓ ଏଫ୍, ପି ପି, ସି ଆର୍ ଏମ ଆଦି ପରିକ୍ରମା କରିଥିଲା l ଉକ୍ତ କାର୍ଯକ୍ରମ କୁ ଶକ୍ତି ଭୂଷଣ ବେହେରା, ଟିକନ୍ ନାୟକ, ସୁବ୍ରତ କୁମାର ମାଝୀ, ସତ୍ୟବ୍ରତ ସାହୁ, ସୌମ୍ୟ ରଞ୍ଜନ ନାୟକ, ବିବେକ ବାରିକ, ଆକାଶ ଯାଦବ, ରାଜୀବ ଲୋଚନ ଜେନା, ବିଦ୍ୟାଧର ବରାହ ଆଦି ସୁରକ୍ଷା ଅଧିକାରୀ ମାନେ ସହଯୋଗ କରିଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ ଯମରାଜ (ବିନୋଦ)ଓ ଚିତ୍ରଗୁପ୍ତ (ଇନ୍ଦ୍ରଜିତ) ପୋଷାକ ପିନ୍ଧି ଦୁଇ ଯୁବକ କମ୍ପାନୀ ପରିସରରେ ଯାତାୟତ କରୁ ଥିବା ଯାନବାହାନ ଗୁଡ଼ିକୁ ଅଟକାଇ ସୁରକ୍ଷିତ ଜୀବନ ଓ ସୁରକ୍ଷିତ ଗାଡ଼ି ଚାଲେଇବା ପାଇଁ ଉପଦେଶ ଦେବା ସହ ବିଭିନ୍ନ ସାଇଟ୍ ମୂଖ୍ୟ ମାନଙ୍କୁ ଉପହାର, ମିଷ୍ଟାନ୍ନ ବଣ୍ଟନ କରିଥଲେ lପରିଶେଷରେ ସୁରକ୍ଷା ଅଧିକାରୀ ସୁବ୍ରତ କୁମାର ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

masiha

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!