ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ

ଜିଲ୍ଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ l

ନବରଙ୍ଗପୁର:( ୧୩-୦୧-୨୦୨୫)(ରବି ନାରାୟଣ ମହାନ୍ତି)ଶିବ ଶଙ୍କର ପାଢି, ସହାୟକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ର ଅଶୋକ ମେହେଟା ସମ୍ମିଳନୀ କକ୍ଷ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟ ର ବରିଷ୍ଠ ଦପ୍ତରି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର ଙ୍କ ଦେହାନ୍ତ ଖବର ଶୁଣି ଏକ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ପାତ୍ର ଙ୍କ ଦେହାନ୍ତ ରେ ଏକ ଶୋକ ସଭା ସହିତ ସ୍ମୃତି ଚାରଣ କରାଯାଇଥିଲା । ସ୍ବର୍ଗତ ପାତ୍ର ଏକା ଧାରରେ ଜଣେ ସମାଜସେବୀ, ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଏବଂ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିଲେ। ସ୍ବର୍ଗତ ପାତ୍ର ଚତୃର୍ଥ ଶ୍ରେଣୀ କର୍ମଚାରୀଙ୍କ ବହୁଦିନ ଧରି ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇ ଥିଲେ, ତାଙ୍କର ଦୃଢ଼ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ସାହୁ, ସୁରେଶ ପଟନାୟକ, ସୌରଭ ଦାଶ, ମନୋଜ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ପ୍ରଣତି ମାଝୀ, ସତ୍ୟନାରାୟଣ ସାହୁ, ଗଗନ ଚୌହାନ, ଯୁବଲ ନିକେତନ ହରିଜନ, ଶିବ କେଶବ ବ୍ରହ୍ମା, ସଂଜୀବ ପଣ୍ଡା, କବିତା ବ୍ରହ୍ମା, ରାମଚନ୍ଦ୍ର ରଘୁ ମଣ୍ଡଳ, ଜଗନ୍ନାଥ ମହାପାତ୍ର, ମୀରା ପଣ୍ଡା, ବୁଛି ପତ୍ରାଣି, ରମ୍ଭା ବିଷୋଇ, ସୁବାଶ ସାହୁ, ତୃପ୍ତି ପଟନାୟକ, ବବିତା ପରିଛା, ସରୋଜିନି ଦାଶ ପ୍ରମୁଖଙ୍କ ସହ ଓଡ଼ିଶା ରାଜସ୍ବ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଉପସ୍ଥିତ ଥିଲେ।

( ମ ନି ସ ) 

Related posts

ନୃତ୍ୟ,ସଙ୍ଗୀତ,ବାଦ୍ୟ ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ ଏକାଡେ଼ମୀ ପକ୍ଷରୁ ଆନ୍ତର୍ଜାତୀୟ ନୃତ୍ୟ ଦିବସ ଅନୁଷ୍ଟିତ 

masiha

ଚଳନ୍ତା ହାଇୱାରେ ଲାଗିଲା ହୁତୁହୂତୁ ନିଆଁ 

masiha

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

masiha

Leave a Comment

error: Content is protected !!