ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ  ଆଭାସୀ ମାଧ୍ୟମ ରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଶୁଭାରମ୍ଭ 

ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟମିଲ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଆଭାସୀ ମାଧ୍ୟମ ରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଶୁଭାରମ୍ଭ 

ମୟୁରଭଞ୍ଜର ୩୦୦୦ ଚାଷୀଙ୍କୁ ଦୁଧିଆଳୀ ଗାଈ ପ୍ରଦାନ 
୧୯ଟି ବିଦ୍ୟାଳୟ ରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ
 ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡ଼ ଦ୍ୱାରା ଓମଫେଡ କୁ ବିପଣନ ସହାୟତା ପ୍ରଦାନ

 ମୟୂରଭଞ୍ଜ ତା.୧୩-୦୧-୨୦୨୫ ରିଖ. // ଆଜି ରାଇରଙ୍ଗପୁର ମହତାବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ଭାରତ ର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତା’ଙ୍କ କରକମଳରେ ଆଭାସୀ ମାଧ୍ୟମ ରେ ଗୋ ସମାବେଶ, ଓମଫେଡ କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି।

 ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପ୍ରାଣୀପାଳନ ଓ ଡାଏରୀ ଏବଂ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ,ଭାରତ ସରକାରଙ୍କ ମାନ୍ୟବର ମତ୍ସ୍ୟ, ପ୍ରାଣୀ ପାଳନ ଓ ଡାଏରୀ ଏବଂ ପଂଚାୟତିରାଜ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂହ ବଘେଲ ଆଭାସୀ ମାଧ୍ୟମ ରେ ଯୋଗ ଦେଇଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ବୀମା ଶ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ, ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ମୟୁରଭଞ୍ଜ ଲୋକ ସଭା ସାଂସଦ ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ ସlରସକଣା ଶ୍ରୀ ଭାଦବ ହାଁସଦା, ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ଏନ ଡି ଡି ବି ଅଧ୍ୟକ୍ଷ ଡ଼କ୍ଟର ମିନେଶ ସାହା ଓ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରମୁଖଙ୍କ ଉପସ୍ଥିତି ରେ ଉକ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମ କୁ ଉଦଘାଟନ କରି ମୁଖ୍ୟ ଅତିଥି ମାନନୀୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରେ କହିଥିଲେ କି ଏହି ଯୋଜନା ରେ ସ୍ୱାସ୍ଥ୍ୟଗତ ଦୃଷ୍ଟି ରୁ ଗୋ ଏବଂ ପିଲାମାନେ ଉଭୟ ଉପକୃତ ହେବେ ଏବଂ ଗ୍ରାମୀଣ ଗୋପାଳକ ମାନଙ୍କ ଆର୍ଥିକ ସ୍ଥିତି ରେ ଉନ୍ନତି ଆସିବ। କୃଷି କାର୍ଯ୍ୟ ରେ ମଧ୍ୟ ଗୋପାଳନ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଆମ ଦେଶର ଗୋ ସମ୍ପଦ ର ଉନ୍ନତି ପାଇଁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାର ଙ୍କ ଏଥି ନିମିତ୍ତ ସହଯୋଗ କୁ ମଧ୍ୟ ପ୍ରଶଂସା କରିଥିଲେ।

ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋ ସମ୍ପଦ ର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା, ଅସହାୟ ଓ ବୁଲା ଗାଈ ଗୋରୁଙ୍କ ପାଇଁ ଗୋଶାଳା ଯୋଜନା ଇତ୍ୟାଦି ବିଭିନ୍ନ ଯୋଜନା ସମ୍ଭନ୍ଧ ରେ ଅବଗତ କରିବା ସହିତ ଦୁଗ୍ଧ ହେଉଛି ଜୀବନୀ ଶକ୍ତି ର ଉତ୍ସ ଏବଂ ଗୋ-ସେବା ଆମ ସଂସ୍କୃତିର ବହୁ ପୁରାତନ ପରମ୍ପରା,ଗୋମାତା ସେବା ଦ୍ୱାରା ଦୁଃଖ ରୁ ମୁକ୍ତି ମିଳେ ବୋଲି ଉଲ୍ଲେଖ କରିଥିଲେ।

ପ୍ରକାଶ ଥାଉକି ଏନ ଡି ଡି ବି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକ୍ରମ ଅଧିନସ୍ଥ ପି. ଇ. ଏସ. ଯୋଜନା ମାଧ୍ୟମରେ ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ କୁ ସମୁଦାୟ ୩୦୦୦ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀ ମାନଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି ଏବଂ ସେଥିମଧ୍ୟରୁ ରାଇରଙ୍ଗପୁର ସବ ଡିଭିଜନ ପାଇଁ ୧୦୦୦ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ। ପ୍ରକାଶ ଥାଉକି ଉକ୍ତ ଗାଈ ଗୁଡିକ ସୁଦୂର ଗୁଜୁରାଟ ରାଜ୍ୟରୁ ଅଣାଯାଇ ମୟୁରଭଞ୍ଜ ଜିଲ୍ଳାର ଦୁଗ୍ଧ ଚାଷୀ ମାନଙ୍କୁ ଯୋଗାଇ ଦିଆଯାଉଛି ଏବଂ ଏହାର ମୂଳ ଲକ୍ଷ୍ୟ ହେଉଛି ଗାଈ ପ୍ରଜାତି ର ଆନୁବଂଶିକ ଉନ୍ନତି(ଜେନେଟିକ ଅପଗ୍ରେଡେସନ )କରିବା ଯଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବଏବଂ ସେମାନଙ୍କ ଜୀବନ ଶୈଳୀ ରେ ଉନ୍ନତି ଘଟିବ। ଗାଈ ଯୋଗାଇ ଦେବା ପରେ ଏହାର ଉପଯୁକ୍ତ ପାଳନ ଓ ଆନୁସଙ୍ଗିକ ବିଷୟରେ ଚାଷୀ ମାନଙ୍କୁ NDDB ତରଫରୁ ଆବଶ୍ୟକ ତାଲିମ ଦେବା ବ୍ୟବସ୍ଥା ମଧ୍ୟ ଜରାଯାଇଛି ଯା ଫଳରେ ଚାଷୀ ମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସକ୍ଷମ ହୋଇ ପାରିବେ।

ଏତଦ ବ୍ୟତୀତ ଗିଫ୍ଟ ମିଲ୍କ ଯୋଜନା ରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ ଟି ସରକାରୀ ବିଦ୍ୟାଳୟର ୧୧୮୪ ଜଣ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନ ରେ ୨୦୦ ଏମ ଏଲ ର ଭିଟାମିନ ଏ ଓ ଡି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ରାଇରଙ୍ଗପୁରର କିଛି ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭାଗୀୟ ମନ୍ତ୍ରୀ ତଥା ଅତିଥି ମାନେ ପ୍ରତୀକାତ୍ମକ ଭାବରେ ମଞ୍ଚରେ ଗୋ ପ୍ରଦାନ କରିଥିଲେ ଏବଂ କିଛି ଛାତ୍ର ଛାତ୍ରୀ ଙ୍କୁ ଭିଟାମିନ ଏ ଏବଂ ଡି ଯୁକ୍ତ ୨୦୦ml ର ପୁଷ୍ଟିକର ଦୁଗ୍ଧ ବୋତଲ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଓଡିଶା ର ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ, ନିଯୁକ୍ତି ଓ କର୍ମଚାରୀ ରାଜ୍ୟ ବୀମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଭାରତ ସରକାରଙ୍କ ବିଭିନ୍ନ ପଦାଧିକାରୀ,ଜିଲ୍ଲା ତଥା ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭଗୀୟ ପଦାଧିକାରୀ,ଏନ ଡି ଡି ବି ର ବରିଷ୍ଠ ପଦାଧିକାରୀ,ଓମଫେଡ ର ପଦାଧିକାରୀ, ବିଜେପି ର ରାଜ୍ୟ ସମ୍ପାଦକ ଶ୍ରୀ ନବୀନ ରାମ, ରାଇରଙ୍ଗପୁର ସହର ସମ୍ପାଦକ ଶ୍ରୀ ସୁରଥ ପଟ୍ଟନାୟକଙ୍କ ସମେତ, ଜନ ପ୍ରତିନିଧି,ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଦୁଗ୍ଧ ଚାଷୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶ୍ରୀ ନିତାଇ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଂଘ ର ନୂତନ ନିର୍ବାଚିତ ସଭାପତି  ପ୍ରଭାକର ପଳାଇ ଙ୍କୁ ବିପୁଳ ସମ୍ବଦ୍ଧନା 

Sunil Chandra Nayak

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

masiha

Leave a Comment

error: Content is protected !!