ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ପତିତପାବନ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

ସମାଜସେବୀ ପତିତପାବନ ନାୟକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

କଟକ : ବୟାଳିଶମୌଜା ବିକାଶ ପରିଷଦର ଉପଦେଷ୍ଟା ସ୍ବର୍ଗତ ପତିତପାବନ ନାୟକ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ବହଳପଡା ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଆଡଭୋକେଟ୍ କେଶବ ଚନ୍ଦ୍ର କର ଏଥିରେ ସଭାପତିତ୍ବ କରିଥିଲେ । ସ୍ବର୍ଗତ ନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ନାୟକ ୪୨ମୌଜା ମାଟ୍ରିକ ଟପ୍ପର ପ୍ରଥମ,ଦ୍ଵିତୀୟ ଓ ତୃତୀୟଙ୍କୁ ଏକ ପ୍ରୋତ୍ସାହନ ରାଶି ଦେଉଥିଲେ । କୁଳକଳପଡା ନିବାସୀ ସ୍ବର୍ଗତ କୁମରବର ନାୟକଙ୍କର ସେ ଥିଲେ ତୃତୀୟ ସନ୍ତାନ । ନିଜ ଗ୍ରାମରେ ତିଆରି ବୃହତ୍ ମନ୍ଦିରରେ ତାଙ୍କର ପ୍ରମୁଖ ସହଯୋଗ ଥିଲା । ଏତତବ୍ୟତୀତ ସେ ଜଣେ ପରୋପକାରୀ,ସୁଲେଖକ, ଆଧ୍ୟାତ୍ମିକଵାଦୀ,ସମାଜସେବୀ, ଧର୍ମପରାୟଣ ଓ ଉତ୍ତମ ସ୍ଵଭାବ ବ୍ୟକ୍ତି ଥିଲେ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଉପସଭାପତି ଗୌତମ ଚରଣ ପରିଡ଼ା,ସମ୍ପାଦକ ସନ୍ତୋଷ କୁମାର ପତି,ଉପଦେଷ୍ଟା ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ଇ°.ଅଶୋକ କୁମାର ବିଶ୍ବାଳ,ପ୍ରମୋଦ କୁମାର ମହାପାତ୍ର, ବୁଲେଇ ବେହେରା,ସାଗର କାନୁନଗ,ରବୀନ୍ଦ୍ର କୁମାର ଦେବତା, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ସଂଯୋଜକ ନିକୁଞ୍ଜ କୁମାର ସ୍ବାଇଁ, ବିଶ୍ୱଜିତ୍ ପତି ନିମନ୍ତ୍ରିତ ଭାବେ ବହଳପଡାର ଗଙ୍ଗାଧର ଦଳାଇ, ସରୋଜ କୁମାର ଲେଙ୍କା, କଦମପଡାର କାଳନ୍ଦୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

ବିଭିନ୍ନ ସମସ୍ୟାରେ ଜର୍ଜରିତ ପୁଲିଙ୍ଗ ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ଦୁଇଗୋଟି ଶ୍ରେଣୀ ଗ୍ହହରେ ପାଠପଢା

Sunil Chandra Nayak

ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଯୋଗ। ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!