ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

ବୌଦ୍ଧ -02/01- ( ହୃଦାନନ୍ଦ ମେହେର )- ବୌଦ୍ଧ ଜ଼ିଲ୍ଲା ରେ ନୂତନ ବର୍ଷ ଉପଲକ୍ଷେ ତା.31.12.2022 ରାତି ରୁ ମଦୁଆ ଙ୍କୁ ସାବାଡ଼ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି l ପ୍ରଥମ ଦିନରେ ଛକ ମାନଙ୍କ ରୁ 20 ଜଣ ମଦୁଆ ଏବଂ 19 ଟା ଗାଡି ଧରାଯାଇ ସ୍ପଟ ରୁ 80,000/- ଆଦାୟ କରାଯାଇଛି ଏବଂ ଆଉ 2ଲକ୍ଷ ର ଚାଲାଣ କଟl ଯାଇଛି l ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପ ଜ଼ିଲ୍ଲାପାଳ ରବୀନ୍ଦ୍ର କଁହର, ତହସିଲଦାର ଦେବୀ ପ୍ରସାଦ ଦାଶ, ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଏବଂ ମନୋରଞ୍ଜନ ସୁନା, ଆଇ. ଆଇ. ସି. ମାଧବାନନ୍ଦ ନାଏକ, ଏସ. ଆଇ. ମନ୍ଦାକିନି କଁହର,ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ର, ଆର. ଟି. ଓ ଏବଂ ପୋଲିସ ଟିମ ଏହି ଚଢ଼ଉ ରେ ସାମିଲ ରହି ଥିବା ବେଳେ ନିଜେ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଏବଂ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ପ୍ରହଲ୍ଲାଦ ସାହାଇ ମିନା ଛକ ଯାଗା ମାନଙ୍କ ରେ ଉପସ୍ଥିତ ରହି ମନିଟରିଙ୍ଗ କରୁଥିଲେ l ସହରର ବାଘଗୁଡା ଛକ, ବାଇପାସ ଛକ, ବିଜୁ ପଟ୍ଟନାୟକ ଛକ ଛକ ରେ ଏହି ଚଢ଼ାଉ ବିଳମ୍ବିତ ରାତି 3ଟା ପର୍ଯ୍ୟନ୍ତ ଚାଲିଥିଲା l ରାସ୍ତା ରେ ଦୁର୍ଘଟଣା କୁ ନଜର ରେ ରଖି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି l

Related posts

ପଞ୍ଚାୟତ କଲେଜ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

masiha

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

Sunil Chandra Nayak

Leave a Comment

error: Content is protected !!