ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ

ଧର୍ମଗଡରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ

 ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ଧର୍ମଗଡ଼ ସହର ଉତ୍ସବ ମୁଖର।ଧର୍ମଗଡ଼ ସହର ସ୍ଥିତ ରାଧାକୃଷ୍ଣ ପଞ୍ଚଦେବ ଶ୍ରୀ ବ୍ରଜ ମୋହନ ମନ୍ଦିର ରେ ପ୍ରାତଃରୁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥଲା। ଭକ୍ତ ମାନେ ଶ୍ରୀ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ମନ୍ଦିରର ପରିସରରେ ଥିବା ଗଣେଶ ମନ୍ଦିର, ଶିବ ମନ୍ଦିର, ସୂର୍ଯ୍ୟ ମନ୍ଦିର ଓ ମା ଦୁର୍ଗାଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ସାଗର ପାତ୍ର ଓ ଅନ୍ୟାନ୍ୟ ପଣ୍ଡିତ ମାନେ ପୁଜା କାର୍ଯ୍ୟ ତୁଲାଇଥିଲେ। ବ୍ରଜ ମୋହନ ରାଧାକୃଷ୍ଣ ପଞ୍ଚଦେଵ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ବ୍ୟାପକ ଵ୍ୟଵସ୍ଥା କରାଯାଇଥିଲା। ଟ୍ରଷ୍ଟ ର ଉପାଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ,ସଂପାଦକ ନିରଞ୍ଜନ ମହାପାତ୍ର, ସହ ସଂପାଦକ ହୃଷିକେଶ ମିଶ୍ର,କୋଷାଧ୍ୟକ୍ଷ ସରୋଜ କୁମାର ସାହୁ,ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ବିଦ୍ୟାଧର ସାହୁ, ଧରଣୀଧର ଧଙ୍ଗଡାମାଝୀ, ଜନ୍ମେଜୟ ନାଏକ, ସୁବାସ ଅଗ୍ରୱାଲ ମନ୍ଦିର ପରିସରରେ ଉପସ୍ଥିତ ରହି ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ରେ ସହଯୋଗ କରିଥିଲେ। ସେହିପରି ଧର୍ମଗଡ ସହର ଉପକଣ୍ଠ ରେ ଥିବା ଭାଗବତ ଗୋଶାଳାରେ ଜନ୍ମାଷ୍ଟମୀ ପାଳିତ ହେଇଯାଇଛି।ଭାଗବତ ଗୋଶାଳା ପକ୍ଷରୁ ସର୍ବ ସାଧାରଣ ଙ୍କ ପାଇଁ ଅନ୍ନ ପ୍ରସାଦ ସେବା ର ବ୍ୟବସ୍ଥା କରା ଯାଇଥିଲା।ପୂଜା ପାଇଁ ଗାୟତ୍ରୀ ମନ୍ଦିର ସେବା ପୂଜକ ଏବଂ ତାଙ୍କର ସହଯୋଗୀ ତଥା ବିଶ୍ୱ ହିନ୍ଦୁ ପରିଷଦ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ଗୋଶାଳା ସଦସ୍ୟ ସଚିନ ସିଙ୍ଗଲଙ୍କ ନେତୃତ୍ୱରେ ମୃତୁଞ୍ଜୟ ଅଗ୍ରୱାଲ,ପ୍ରବୀଣ ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ, ଶ୍ରବଣ କୁମାର ଅଗ୍ରୱାଲ ମୁଖ୍ୟ କାର୍ଯ୍ୟ ଭାର ନେଇ ନେଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦରୁ ସୁରେନ୍ଦ୍ର ପଣ୍ଡା,ଲୋଚନ ସାହୁ, ରାଜେନ୍ଦ୍ର ଭୋଇ ମୁଖ୍ୟ ଉପସ୍ଥିତ ଥିଲେ।

ସକାଳ ୯ଘଣ୍ଟାରୁ ରୁ ୧୨ଘଣ୍ଟା ଯାଏଁ ଗୌପୂଜା କରାଯାଇଥିଲା। ଭକ୍ତ ମାନେ ପୂଜାରେ ବସି ଯଜ୍ଞ ରେ ଆହୁତି ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

masiha

ନିମିନାରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର କଲେ ବିଧାୟକ ସରୋଜ ପାଢ଼ୀ

Sunil Chandra Nayak

ଗଦ୍ୟରୁ ପଦ୍ଯ ସୃଷ୍ଟି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ 

masiha

Leave a Comment

error: Content is protected !!