ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

ନବରଙ୍ଗପୁର:( ୧୬.୧୧.୨୦୨୪ )(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବଡ ଆମ୍ବଡା ସରକାରୀ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ରେ ଚଳିତ ମାସ ପନ୍ଦର ତାରିଖ ରେ ହେବାକୁ ଥିବା ୧୫୦ ତମ ପୁଣ୍ୟlତ୍ମା ସହିଦ ବିର୍ସାମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ଓ ଅଭିଭାବକ–ଶିକ୍ଷକ ସମ୍ମିଳନୀ ନେଇ ଗେଟ ପୁଟୀ ଓ ରଙ୍ଗ ମାରିବା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତେର ତାରିଖ ରାତ୍ରିରେ ଗେଟ ରେ ପୁଟୀ ରଙ୍ଗ ମରା କାର୍ଯ୍ୟ ଚାଲୁ ରହିଥିଲା l ଏଠାରେ କାର୍ଯ୍ୟ କରୁଥିବା ଠିକାଦାର କୁଲି ମାନଙ୍କ ଦ୍ଵାରା କାର୍ଯ୍ୟ କରାଇ ଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରା ସେହିଦିନ ପାପଡାହାଣ୍ଡି ବ୍ଳକ ରେ ଜିଲ୍ଲା ସ୍ତରୀୟ ସର୍ଗୀ ଫୁଲ ମିଟିଙ୍ଗ କୁ ଯାଇଥିଲେ l ଦୈନିକ ପେପର ରେ ପ୍ରଧାନ ଶିକ୍ଷକ ଉପସ୍ଥିତଥାଇ ଅନ୍ତେବାସୀ ଛାତ୍ର ଙ୍କ ଦ୍ଵାରା “ରଙ୍ଗ ମରା କାମରେ ହଷ୍ଟେଲ ପିଲା ନିୟୋଜିତ” ଶୀର୍ଷକ ବାହାରି ଥିବାରୁ ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କ ମନରେ ଅସନ୍ତୋଷ ସହ କ୍ଷୋଭ ପ୍ରକାଶ ପାଇଥିଲା l ଆଜି ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଞ୍ଜନ ମହାନନ୍ଦ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ ଜାରୀ ରଖିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି, ସରପଞ୍ଚ, ସମିତି ସଭ୍ଯା, ଅଭିଭାବକ ମାନେ ଓ ଯେଉଁ ମାନେ ପୁଟୀ ରଙ୍ଗ ମାରିବା କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ଲେଖି କରି ଦେଇଛନ୍ତି ପୁଟୀ ଓ ରଙ୍ଗ ଛାତ୍ର ମାନଙ୍କ ଦ୍ଵାରା କରା ନ ଯାଇ କୁଲି ମାନଙ୍କ ଦ୍ଵାରା ସମାପନ ହୋଇଥିଲା l ଆହୁରି ମଧ୍ଯ ଦର୍ଶାଇଛନ୍ତି ଉକ୍ତ ବିଦ୍ୟାଳୟକୁ ଶ୍ରୀ ବେହେରା ସାର୍ ଆସିବା ଦିନ ଠାରୁ ପାଠ ପଢା,ବିଦ୍ୟାଳୟ ପରିବେଶ, ସୌନ୍ଦର୍ଯ୍ୟ କରଣ ସହ ଶୃଙ୍ଖଳା ରହିଛି ବୋଲି ସମସ୍ତେ ଦର୍ଶାଇଛନ୍ତି l ପନ୍ଦର ତାରିଖ ଦିନ ଆର୍ ସି ନ୍ୟୁଜ ବ୍ୟୁରୋ ଓ ଅର୍ଗସ ନ୍ୟୁଜ ଡାବୁଗାଁ ବିଧାନସଭା ମଣ୍ଡଳର ପ୍ରତିନିଧି ଶ୍ରୀ ପଙ୍କଜ ବାବୁ ଉକ୍ତ ବିଦ୍ୟାଳୟ ରେ ପହଂଚି ପ୍ରଧାନ ଶିକ୍ଷକ ଓ ସରପଞ୍ଚ ଙ୍କୁ ପେପରରେ ବାହାରିଥିବା ଶୀର୍ଷକ ଉପରେ ପଚାରି ବୁଝିଥିଲେ ଓ ପଙ୍କଜବାବୁ ଦୁଇଜଣଙ୍କଠାରୁ ବାଇଟ ନେଇଥିଲେ lପ୍ରଧାନ ଶିକ୍ଷକ ଓ ସରପଞ୍ଚ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଥିବାରୁ ରାତିରେ ଠିକା କୁଲି ମାନଙ୍କ ଦ୍ଵାରା ପୁଟୀ ଓ ରଙ୍ଗ ମରାଯାଇଥିଲା ବୋଲି କହିଥିଲେ l ( ମ ନି ସ ) 

Related posts

ଫରୱାର୍ଡ଼ ବ୍ଲକର ରାଜ୍ୟ ସ୍ତରୀୟ ସଂକଳ୍ପ ସମ୍ମିଳନୀ ଉଦଯାପିତ ମୋ ପରିବାର- ନେତାଜୀ ପରିବାର’ ଅଭିଯାନ ର ଶୁଭାରମ୍ଭ କଲେ ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ

Sunil Chandra Nayak

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

Sunil Chandra Nayak

Leave a Comment

error: Content is protected !!