ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

ନବରଙ୍ଗପୁର:(୦୫।୦୪) ସରକାର କା ମାଲ ଦରୀୟା ମେ ଡାଲ । ଗତ ବର୍ଷର ଟିଣ ନଷ୍ଟ ହୋଇ ପଡ଼ିଛି । ନା ଠିକାଦାର ନା ବିଭାଗୀୟ ଅଧିକାରୀ କେହି ମରାମତି ପାଇଁ ପଦକ୍ଷେପ ବି ନେଉନାହାନ୍ତି । ବର୍ଷକ ପୂର୍ବେ ପ୍ରଥମ କାଳ ବୈଶାଖରେ ଉଡିଲା ଛାତ ମରାମତି ବି ହୋଇନି ପୁଣି ଉଡିଗଲା ଛାତ । ଗୋଟିଏ ନୁହେଁ ଏକାଥରକେ କୁଆଡେ ଦୁଇ ଦୁଇଥର କାଳ ବୈଶାଖୀରେ ଉଡାଇ ନେଉଛି ଛାତ । ଏଇଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଡିଙ୍ଗା ପଞ୍ଚାୟତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ । କୋଷାଗୁମୁଡ଼ା ପଞ୍ଚାୟତ ସମିତି ପକ୍ଷରୁ କୋଡିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତରୁ ପାଣି ଗଳୁଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶଲ୍ ଫଣ୍ଡ ଦ୍ଵାରା ୮ ଲକ୍ଷଏବଂ ୫ଲକ୍ଷ ପୃଥକ୍ ପୃଥକ୍ ଭାବେ ପ୍ରାୟ ୧୩ଲକ୍ଷ ଟଙ୍କା ବ୍ୟୟରେ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ ଉପରେ ଟିଣ ପକାଇ ଆଚ୍ଛାଦିତ କରାଯାଇଥିଲା । ତେବେ ନିର୍ମାଣ କାମ ସାରିବାର ଗୋଟିଏ ବର୍ଷ ନ ପୁରୁଣୁ ଆଚ୍ଛାଦିତ ହୋଇଥିବା ଟିଣ ଉଡି ନଷ୍ଟ ହୋଇଯାଇଥିବା ବେଳେ ଗତକାଲି କାଳ ବୈଶାଖୀରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଟିଣ ଉଡ଼ି ଯାଇଅଛି । ପ୍ରଥମ ପର୍ଯ୍ୟାୟରେ ବିଭାଗୀୟ ଯନ୍ତ୍ରୀ ଆଜି କରିବା କାଲି କରିବା କହି ପୂର୍ବ ବର୍ଷର ମରାମତି କରାଇ ନଥିବା ବେଳେ ଗତକାଲି ଉଡ଼ି ଯାଇଥିବା ଟିଣ ମରାମତି ହେବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ କାମ ତୁଳନାରେ ଅତି ନିମ୍ନମାନର କାମ ହୋଇଥିବା ଯୋଗୁଁ ଟିଣ ଉଡି ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଟିଣ ଉଡ଼ାଇବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ ମାନଙ୍କରେ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏନେଇ କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରିନଥିଲା । ତେବେ ଏବେ କନିଷ୍ଟ ଯନ୍ତ୍ରୀ ବିଡି ସାହୁଙ୍କୁ ଯୋଗାଯୋଗ କରିବାରୁ “ମରାମତି ପାଇଁ ଏକ ବିଟ ପାଇଁ କୁହାଯାଇଛି ଉକ୍ତ ବିଟ ଆସିଲା ପରେ କାଳ ବୈଶାଖୀ ସରିଲା ପରେ ପ୍ରାୟ ଜୁନ ମାସ ଆଡ଼କୁ ଏହାର ମରାମତି କରାଯିବ” ବୋଲି କହିଛନ୍ତି । ଛାତକୁ ଗ୍ରିଡିଂ କରିବା ପରିବର୍ତ୍ତେ ପବନ ହେଉଥିବା ସ୍ଥାନ ମାନଙ୍କରେ କିଭଳି ଭାବେ କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ କାର୍ଯ୍ୟ ହେଉଥିବା ସ୍ଥାନର ସମୀକ୍ଷା ନ କରି ନିମ୍ନ ମାନର ଉନ୍ନୟନ ମୂଳକ କାମକରି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁlଛନ୍ତି ତାହା ଏଥିରୁ ସ୍ପଷ୍ଠ ଅନୁମେୟ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

ରାଉରକେଲା ସାହିତ୍ଯ ସଂସଦର ପ୍ରଥମ ବାର୍ଷିକୋତ୍ସବ

masiha

ରାୟଗଡା ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସମ୍ଵର୍ଦ୍ଧିତ 

masiha

Leave a Comment

error: Content is protected !!