ବାଣପୁର:- ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜନସୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି , ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ , ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ , ପିଡି ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ୭୯୨ଜଣ ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ । ସେଥିମଧ୍ୟରୁ ୭୮୭ଟି ବ୍ୟକ୍ତିଗତ ଥିବା ବେଳେ । ୫ଟି ଗୋଷ୍ଠୀ ଗତ ଅଭିଯୋଗ ହୋଇଥିବା ବେଳେ ଦୁଇ ହିତାଧିକାରୀ ଙ୍କୁ ରେଡ୍ କ୍ରସ ପାଣ୍ଠିରୁ ୮ହଜାର ୪ଶହ ଟଙ୍କା ପ୍ରଦାନ କରାଯାଇଛି । ଏବଂ ଆଉ ଚାରିଗୋଟି ଅଭିଯୋଗ କୁ ମୁଖରିତ ସମାଧାନ କରାଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ବୁଲବୁଲ ବେହେରା ,ଏବିଡିଓ ସିମାଦ୍ରୀ ପାତ୍ର , ତହସିଲଦାର କୁଞ୍ଜବିହାରୀ ବଡଜେନା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା , ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ , ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତେବେ ଅଭିଯୋଗ କାରିଙ୍କର ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକାଘର ଯୋଜନା , ରାସନ୍ କାର୍ଡ , ପାଇଖିନା , ଭତା ଆଦିର ଅଭିଯୋଗ ଥିବାବେଳେ । ଅନ୍ୟମାନଙ୍କ ମଧ୍ୟରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା , ବିଇଓ ସନାତନ ଜାଲୀ ,ସପ୍ଳାଇ ଇନିସ୍ପେକ୍ଟର ଶିବରାମ ବିଶ୍ବାଳ , ବିପିଏମ ଶିବପ୍ରସାଦ ଜାଲି ଙ୍କ ସମେତ ବିଦ୍ୟୁତ , ସ୍ବାସ୍ଥ୍ୟ ,ଜଳସେଚନ,ହଟିକଲଚର , ମତ୍ସ୍ୟ ଓ ପଶୁ ସମ୍ପଦ ପ୍ରମୁଖ ବିଭାଗର ଅଧିକାରିମାନେ ଉପସ୍ଥିତ ଥିଲେ ।
ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ