ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବାଣପୁର:- ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜନସୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି , ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ , ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ , ପିଡି ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ୭୯୨ଜଣ ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ । ସେଥିମଧ୍ୟରୁ ୭୮୭ଟି ବ୍ୟକ୍ତିଗତ ଥିବା ବେଳେ । ୫ଟି ଗୋଷ୍ଠୀ ଗତ ଅଭିଯୋଗ ହୋଇଥିବା ବେଳେ ଦୁଇ ହିତାଧିକାରୀ ଙ୍କୁ ରେଡ୍ କ୍ରସ ପାଣ୍ଠିରୁ ୮ହଜାର ୪ଶହ ଟଙ୍କା ପ୍ରଦାନ କରାଯାଇଛି । ଏବଂ ଆଉ ଚାରିଗୋଟି ଅଭିଯୋଗ କୁ ମୁଖରିତ ସମାଧାନ କରାଯାଇ ଥିଲା ।  ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ବୁଲବୁଲ ବେହେରା ,ଏବିଡିଓ ସିମାଦ୍ରୀ ପାତ୍ର , ତହସିଲଦାର କୁଞ୍ଜବିହାରୀ ବଡଜେନା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା , ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ , ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତେବେ ଅଭିଯୋଗ କାରିଙ୍କର ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକାଘର ଯୋଜନା , ରାସନ୍ କାର୍ଡ , ପାଇଖିନା , ଭତା ଆଦିର ଅଭିଯୋଗ ଥିବାବେଳେ । ଅନ୍ୟମାନଙ୍କ ମଧ୍ୟରେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା , ବିଇଓ ସନାତନ ଜାଲୀ ,ସପ୍ଳାଇ ଇନିସ୍ପେକ୍ଟର ଶିବରାମ ବିଶ୍ବାଳ , ବିପିଏମ ଶିବପ୍ରସାଦ ଜାଲି ଙ୍କ ସମେତ ବିଦ୍ୟୁତ , ସ୍ବାସ୍ଥ୍ୟ ,ଜଳସେଚନ,ହଟିକଲଚର , ମତ୍ସ୍ୟ ଓ ପଶୁ ସମ୍ପଦ ପ୍ରମୁଖ ବିଭାଗର ଅଧିକାରିମାନେ ଉପସ୍ଥିତ ଥିଲେ ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

Rayagada Sai Priya Walkers Club Organizes Heart Disease Awareness Camp

masiha

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

masiha

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!