ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

କୋଇଡା ମାଇନିଙ୍ଗ ସେକଟର ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ଓରାଘାଟ ଲୌହ ଖଣି ତରଫରୁ ଔଦାଗିକ ସାମାଜିକ ଦାୟିତ୍ୱ ବୋଧ ଯୋଜନାରେ ବିଭିନ୍ନ ଗ୍ରାମରେ ଯଥା ଓରାଘାଟ, ଗୋପିସାହି, ଜଡିପଦା ପ୍ରଭୁତି ଗ୍ରାମରେ ବିଭିନ୍ନ ରୋଗ ଯଥା ମ୍ୟାଲେରିଆ, ଡେଙ୍ଗୁ, ଡାଏରିଆ ଓ କାମଳ (ଜଣ୍ଡିସ )ରୋଗ ସମ୍ଭନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା. ଏହି କାର୍ଯ୍ୟକ୍ରମରେ ଚାରିଗୋଟି ରୋଗର ଲକ୍ଷଣ, ପ୍ରତିକାର ଓ ଚିକିତ୍ସା ସମ୍ବନ୍ଧରେ ଡାକ୍ତର ମୁକ୍ତିକାନ୍ତ ମହାନ୍ତି ଲୋକମାନଙ୍କୁ ସଚେତନ କରିଥିଲେ ଓ ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ. ଏହା ସହିତ ନିଜ ପରିବେଶକୁ ନିର୍ମଳ ଓ ସଫାସୁତୁରା ରଖିବା ସହିତ ନିଜ ପରିବାର ଓ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ସିଏସଆର ବିଭାଗର ମୁଖ୍ୟ ଡ଼. ଅଞ୍ଜନ କୁମାର ଲେଙ୍କା କହିଥିଲେ. ଏହି କାର୍ଯ୍ୟକ୍ରମ ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଓରାଘାଟ ଖଣି ତରଫରୁ ଶ୍ରୀ ସମିରଞ୍ଜନ ଦାସ. ରାମେଶ୍ୱର ପାଇକରାୟ, ଅରୁଣ କୁମାର ଵାଲାu, ପ୍ରମୁଖ ଅଂଶଗ୍ରହଣ କରିଥିଲେ. କମ୍ପାନୀର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା।

କୋଇଡା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ

Related posts

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ଅକ୍ଷୟ ନେଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ଥୁଆମୁଳ ରାମପୁର ବ୍ଳକରେ ଯୋଜନା ଅନେକ ସମସ୍ୟା ବି ଅନେକ

Sunil Chandra Nayak

Leave a Comment

error: Content is protected !!