ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ମାଁ ବନମାଲେନ କ୍ଳବ୍ ପକ୍ଷରୁ ମାଗଣା ଚିକିତ୍ସା ଓ ରକ୍ତଦାନ ଶିବିର

ଜୟ ମାଁ ବନମାଲେନ କ୍ଳବ୍ ପକ୍ଷରୁ ମାଗଣା ଚିକିତ୍ସା ଓ ରକ୍ତଦାନ ଶିବିର

ପାଟଣାଗଡ଼ :: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଠିକ୍ ସେ ହୋଇପାରୁନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବନମାଲ ଗାଁ ର ଜୟ ମାଁ ବନମାଲେନ କ୍ଳବ୍ ପକ୍ଷରୁ ଆଜି ମାଗଣା ସ୍ବାସ୍ଥ୍ୟ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ ଯୋଗଦାନ କରି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିବାନନ୍ଦ ପରିଚ୍ଛା, ସଞ୍ଜିବ ମିଶ୍ର, ଆଲୋକ ପାଣିଗ୍ରାହୀ,ବନମାଲୀ ଖମାରୀ ମଞ୍ଚାସୀନ ଥିବାବେଳେ ଆଲୋକ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁମନ୍ତ କୁମାର ପାଢ଼ୀ (ମେଡ଼ିସିନ), ଡଃ ସୁବ୍ରତ ସାହୁ (ଦନ୍ତ ରୋଗ ବିଶେଷଜ୍ଞ), ଡଃ ବବୁଲୁରାମ ମେହେର (ହୋମିଓପାଥି) ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଯୁଗଳ ସେଠ, ସୁନିତା ଛତ୍ରିଆ, ତାପସ କୁମାର ବେହେରା, ମୀନାକ୍ଷୀ ବର୍ଗେ , ମମିତା ନାଗ ଦୁର୍ଗମ ଅଞ୍ଚଳର ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ। ଉକ୍ତ ଶିବିରରେ ୨୩୫ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ୭ ଜଣ ରକ୍ତଦାନ କରିଛନ୍ତି।ଦୁର୍ଗମ ଅଞ୍ଚଳର ଲୋକ ଆସି ନିଜର ସ୍ବାସ୍ଥ୍ୟସେବା ପାଇ କ୍ଳବ୍ ର ପିଲାମାନଙ୍କୁ ପ୍ରଶଂସା କରୁଥିବା ଜଣାପଡିଛି। ଉକ୍ତ ଶିବିରରେ କ୍ଳବ୍ ର ସଭାପତି ସରୋଜ କୁମାର ସାହୁ, ସମ୍ପାଦକ କେଶବ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟ ପୃଥିରାଜ ବିଶ୍ବାଳ,ରାଜୁ ବିଶ୍ବାଳ,ଆକାଶ ସାହୁ,ଆଶିଷ ବିଶ୍ବାଳ,ଭରତ ବିଶ୍ବାଳ, ଚନ୍ଦ୍ରଶେଖର ସା,ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ ରକ୍ତଦାନ ଶିବିର ରେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ଶିବ କୁମାର ସାହୁ ଗଜପତି ବେହେରା କୁନାଲ ଦାସ, ଗୁରୁବାରୁ ରଣା, ପ୍ରଶାନ୍ତ ସାହୁ, ପ୍ରଦୀପ ମହାପାତ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ମୁଖ୍ୟ ଅତିଥି ତଥା ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ କମ୍ବଳ ବଣ୍ଟନ କରି ନିଜର ମଣିଷ ପଣିଆ ଦେଖାଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

Sunil Chandra Nayak

ଫେରୋସ୍କ୍ରାପ ନିଗମ ର ଘରୋଇକରଣ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କର୍ମଚାରୀ ଙ୍କ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ

masiha

ଅସହାୟ ବୃଦ୍ଧ,ବୃଦ୍ଧା, ଚୈତନ୍ୟ ବାଗ, ଗନଦେଇ, ବେଳମତି ବାଗ, ଏବଂ କସ୍ତୁରୀ ବନ୍ଦି ଛୋଡ ଙ୍କୁ ସରକାରୀ ଭତ୍ତା ମିଲିବ କେବେ ?? 

Sunil Chandra Nayak

Leave a Comment

error: Content is protected !!