ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘ ନିର୍ବାଚନ….  ଭବାନୀ ଚରଣ ଦାସ ସଭାପତି ଓ ଭବାନୀ ଶଙ୍କର ପଣ୍ଡା ସାଧାରଣ ସଂପାଦକ

ଧର୍ମଗଡ ଓକିଲ ସଂଘ ନିର୍ବାଚନ…. 

ଭବାନୀ ଚରଣ ଦାସ ସଭାପତି ଓ ଭବାନୀ ଶଙ୍କର ପଣ୍ଡା ସାଧାରଣ ସଂପାଦକ

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧର୍ମଗଡ କୋର୍ଟ ପରିସରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ଦିନେଶ କୁମାର ଶର୍ମା ନିର୍ବାଚନ ପରିଚାଳନା କରିଥିଲେ । 

ସଭାପତି ଭାବରେ ଭବାନୀ ଚରଣ ଦାସ ଏବଂ ଉପସଭାପତି ଭାବରେ ଅଶ୍ୱିନ କୁମାର ପଣ୍ଡା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବରେ ଭବାନୀ ଶଙ୍କର ପଣ୍ଡା ସହ-ସଂପାଦକ ରିକି ରାମ ସାଗର କୋଷାଧ୍ୟକ୍ଷ ଭାବେ ଧନିନ୍ଦ୍ର ନାଏକ ଙ୍କୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷିତ କରିଥିଲେ।

କମଳିନୀ ରଥ, କଲ୍ୟାଣୀ ନାଏକ, ସୁମନ୍ତ କୁମାର ପଣ୍ତା, ଆଶୁତୋଷ ପାତ୍ର, ସମୀର କୁମାର ମୁଣ୍ଡ, ହିମାଂଶୁ ଶେଖର ପଣ୍ଡା, ଦିଗାମ୍ବର ଦୁରିଆ, ମିହିର ରଞ୍ଜନ ପଟ୍ଟଯୋଶୀ, ଧୀରେନ୍ଦ୍ର ନାଥ ପାତ୍ର, ସନ୍ତୋଷ କୁମାର ମେହେର, ହରିଶ ଚନ୍ଦ୍ର ବାଗ ଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ କରାଯାଇଥିଲା।

 ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, ଥବିର ପ୍ରସାଦ ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ,କୃପାସିନ୍ଧୁ ପଣ୍ଡା,ଲିଙ୍ଗରାଜ ବେହେରା, ବସନ୍ତ କୁମାର ଠାକୁର ପ୍ରମୁଖ ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

masiha

ଧରାକୋଟ ଥାନା ଏସ ଆଇ ଙ୍କ ପଦୋର୍ଣ୍ଣତି 

Sunil Chandra Nayak

Leave a Comment

error: Content is protected !!