ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

ଜୁନାଗଡ଼ ୨୯/୧୨(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡୁରାଗୁଡା ସ୍ଥିତ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ମେମୋରିଆଲ ପରିସର ଠାରେ “ଗ୍ରାମୀଣ ସଚେତନତା ସମାବେଶ” ସମାଜସେବୀ ବିରଜା ପ୍ରସାଦ ସାମନ୍ତରାୟ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ମୂଖ୍ଯ ଅତିଥି ଭାବେ ଅଚ୍ୟୁତାନନ୍ଦ ନାଗ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଚିନ୍ମୟ ବେହେରା, ଶିକ୍ଷାବିତ ବସନ୍ତ ନାଏକ, ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଜୁନାଗଡ଼ ଶାଖା ସଭାପତି ଚମ୍ପକ ଅଗ୍ରୱାଲ, ଯୁବ ସଂଗଠକ ପ୍ରଭାତ ଦାସ, ସାମ୍ବାଦିକ ଅଂଶୁମାନ ଯୋଷୀ, ସୁନ୍ଦର ମୋହନ ଛତ୍ରିଆ, ଜିପିଏଲଏଫ୍ ସଭାନେତ୍ରୀ ଅଞ୍ଜଳି ମୁଣ୍ଡ, ସଂପାଦିକା ରଞ୍ଜିତା କଟା ପ୍ରମୂଖ ଯୋଗଦାନ କରି ଗ୍ରାମାଞ୍ଚଳରେ ଏଭଳି ସଚେତନତା ସମାବେଶ ଜନସାଧାରଣଙ୍କ ମଧ୍ଯରେ ଏକ ନୂତନ ଜାଗରଣ ସ୍ରୁଷ୍ଟି କରି ପାରିବ ବୋଲି ଆଶା ପୋଷଣ କରିଥିଲେ। କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସହାୟିକା ପଦ୍ମାବତୀ ପଟେଲ ଓ ଦକ୍ଷ ନଥି ପତ୍ର ଲେଖିକା ସୁନିତା ବିହାରି ସଂଯୋଜନା କରିଥିଲେ। ସାଧନ କର୍ମୀ ଭାବେ ସାମାଜିକ କାର୍ଯ୍ୟକର୍ତ୍ତା ଲଲିତ କୁମାର ବିଶି, ଶଙ୍କର ପ୍ରସାଦ ରାଉତ ଏବଂ ସଂପାଦକ ଅବିନାଶ ମୁଣ୍ଡ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଯଥା ପିଏମ ସୂର୍ଯ୍ୟ ଘର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ଫସଲବୀମା ଯୋଜନା, ପିମ୍ କିଷାନ, କ୍ରୁଷକ ଉତ୍ପାଦକ ଗୋଷ୍ଠୀ, ସୁଭଦ୍ରା ଯୋଜନା, ବରିଷ୍ଠ ନାଗରିକ ଓ ମହିଳା ସମ୍ବନ୍ଧୀୟ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। କାର୍ଯ୍ୟକ୍ରମ ରେ ମୁଣ୍ଡୁରାଗୁଡା, ଖସିଗୁଡା, ପଣ୍ଡରାପଲା, କଣ୍ଡରିପଦର, ମହୁଲ ପଡା, କାଲାକପଦର ଓ ଗୁରୁଜୀ ଗୁଡା ଗ୍ରାମର ଶତାଧିକ ବ୍ରୁଦ୍ଧ ବ୍ରୁଦ୍ଧା, ବିଧବା, ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା। ସୁଭେନ୍ଦ୍ର ବାଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଦନ ପଟେଲ ସ୍ବାଗତ ଭାଷଣ ଓ ବର୍ଷା ପଟେଲ ଧନ୍ଯବାଦ ଜ୍ଞାପନ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନିମ୍ନମାନର ଫାଇବର୍ ବ୍ଲକ କାମ,ପାଣିରେ ପଡିଲା ୫ ଲକ୍ଷ ଟଙ୍କା

Sunil Chandra Nayak

୪୮୮ ବର୍ଗ ଅଧ୍ୟାପକ-କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ସ୍ତରୀୟ ସମ୍ମିଳନୀ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଯୁବକ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!