ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ବିଦୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ

ରାୟଗଡା 19.7.23 ରିଖ ଦିବା 11 ଘଣ୍ଟିକା ସମୟରେ ରାୟଗଡ ବିଦୁତ୍ କଲୋନି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁ ଷ୍ଟିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ରାୟଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ଦାସ ମୁଖ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ୱାଙ୍ଗ ଗ୍ରାହୀ ଶବର ଓ ଶ୍ରୀଯୁକ୍ତ ଛବିଲାଲ ସିଂ ଓ ସି ଆର ସି ସି ଶ୍ରୀଯୁକ୍ତ ଜଗତ କୁମାର ବେବର୍ତା ଯୋଗଦେଇଥିଲେ ଓ ବିଦ୍ୟାଳୟର ପରିଚାଳନା କମିଟି ର ଚେୟାର ପର୍ସନ ଶ୍ରୀଯୁକ୍ତ ନରସିଂହ ବିଡ଼ିକା ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନରେଶ ସିଂ ପରିଚାଳନା କରିଥିଲେ. କାର୍ଯ୍ୟକ୍ରମ ର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସ୍ଵାଗତ ଗୀତ ପରିବେଷଣ କରାଯାଇଥିଲା ଏବଂ ସମସ୍ତ ଅତିଥି ମାନଙ୍କୁ ଫୁଲତୋଡା ଦିଆଯାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା. ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଛାତ୍ର,ଛାତ୍ରୀ ମାନଙ୍କୁ ସମୟର ସଦୁପଯୋଗ, ନିଜ କାମ ନିଜେ କରିବା, ପାଠ ସହ କିଛି କୌଶଳ ଶିଖିବା ଉପରେ ଗୁରୁତ୍ଵ ଦେଇଥିଲେ. ଏହି ବର୍ଷ ବିଦ୍ୟାଳୟ ପୋଷାକ ବଣ୍ଟନ ସହିତ ସରକାର ଙ୍କ ନୂଆ ପଦକ୍ଷେପ ପ୍ରତି ବିଦ୍ୟାଳୟ ରେ 4 ରଙ୍ଗର ଟି ଶାର୍ଟ ବଣ୍ଟନ ସହିତ ଏକ ଟ୍ରାକ୍ ପେଣ୍ଟ ,ଟୋପି ଓ ଆଇଡେଣ୍ଟିଟି କାର୍ଡ ଦେବା ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ର ବିଷୟ ଥିଲା ସରକାରଙ୍କ ଏହି ନୂଆ ଜିନିଷକୁ ଆଜି ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କ ଦ୍ଵାରା ଅନାବରଣ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ଦିଆଯାଇଥିଲା. ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା. ଶେଷରେ ଶିକ୍ଷକ ଶ୍ରୀ ଉତ୍ତମ ଜେନା ଧନ୍ୟବାଦ ଭାଷଣ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପୁଷ୍ପ ଲତା ସେଠି, ସୁନିତା ପାଢି, ବିନ୍ଦୁଲତା ପଣ୍ଡା, ସରୋଜିନୀ ପାଢି, ରୂନତି ସାହୁ, ପ୍ରଫୁଲ୍ଲ ସାହୁ ଓ ଉତ୍ତମ ଜେନା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

ରାଉରକେଲା ଶ୍ରମିକ ସଂଘ ଏସ୍‌ଟି ସେଲ୍‌ର ବନ୍ଧୁମିଳନ

ମକର ପାଇଁ ବିଜାତଳା ସାପ୍ତାହିକ ହାଟରେ ପ୍ରବଳ ଭିଡ଼

masiha

Leave a Comment

error: Content is protected !!