କାମାକ୍ଷାନଗର(ମନିସ )19/7/23 // ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତର ବାଇପାସ ରାସ୍ତାକଡ଼ରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡିଥିବାକୁ ନେଇ ୨ ଦିନ ହେଲା ପୋଲିସ ନାକେଦମ ହୋଇପଡିଛନ୍ତି | ମୁଣ୍ଡବିହୀନ ଗଳିତଶବକୁ କଟକ ବ୍ୟବଛେଦ ନିମନ୍ତେ ପଠାଯାଇଛି | ଅପରପକ୍ଷେ ଭୁବନ ଥାନା ପକ୍ଷରୁ ମିସିଙ୍ଗ ରିପୋର୍ଟ ନେଇ ବିଭିନ୍ନ ଥାନାକୁ ଖବର ଦିଆଯାଇଥିଲା |ସୁକିନ୍ଦା ଥାନାରେ ଗତ ସପ୍ତାହରେ ସୁକିନ୍ଦା ଥାନା ଜାମୁପଶି ଗ୍ରାମର ଜଣେ 35ବର୍ଷମହିଳା ନିଖୋଜ ଥିବା ରିପୋର୍ଟ ହୋଇଥିଲା | ରିପୋର୍ଟରେ ଯେଉଁ ପାସଫୋଟ ସଲଗ୍ନ କରାଯାଇଥିଲା ମୃତ ମହିଳା ମଧ୍ୟ ସେହି ଶାଢ଼ୀ ପିନ୍ଧି ଥିବାରୁ ପୋଲିସ ମୃତକ ର ପରିଚୟ ପାଇବାରେ ବେଶୀ ପରିଶ୍ରମ କରିବାକୁ ପଡ଼ିନାହିଁ | ଶାଢ଼ୀ କୁ ଆଧାରକରି ମହିଳାଙ୍କ ସ୍ୱାମୀ ପାଖରେ ପହଞ୍ଚିଥିଲେ ଭୁବନ ପୋଲିସ | ପାରିପାର୍ଶିକ ଅବସ୍ଥାକୁ ନେଇ ତଦନ୍ତ କରିବା ପରେ ସନ୍ଦେହରେ ଥାନାକୁ ଅଣାଯାଇ ପଚରା ଉଚରା ଜାରିରହିଛି | ମହିଳା ଜଣକ ହେଉଛନ୍ତି ସୁକିନ୍ଦା ଥାନା ଜାମୁପସି ଗ୍ରାମ ର ଅମି ନାୟକ | ସେ ଗରୁଡ଼ବନ୍ଧୀ ଗ୍ରାମରେ ବିବାହ କରିଥିଲେ | ତାଙ୍କ ର ୨ ଟି ପୁଅ ଅଛନ୍ତି | ସେ ଜଣେ ଖୁସ ମିଜାଜର ଆଧୁନିକା ମହିଳା ଥିଲେ | ସେ ବାରମ୍ବାର ସ୍ୱାମୀ ବଦଳ କରିଥିବା ଜଣାଯାଇଛି | ଏନେଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି | ମହିଳା ଜଣଙ୍କ ହତ୍ୟାର ୨ ଦିନ ପୂର୍ବରୁ ଗରୁଡ଼ବନ୍ଧି ଗ୍ରାମକୁ ଆସିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ।