ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ଝାରସୁଗୁଡା ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୧୯/୭/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଏକ ସରକାରୀ ପଞ୍ଜିକୃତ ଅନୁଷ୍ଠାନ । ଏହା ମୁଖ୍ୟତଃ ଗଦ୍ୟ ସାହିତ୍ୟର ବିକାଶ ପାଇଁ ଗଠିତ । ସାହିତ୍ୟ ତଥା କବି ମାନଙ୍କର ସୃଷ୍ଟିର ବିକାଶ ପାଇଁ ମୋ ଅନୁଷ୍ଠାନ ଫେସବୁକ୍ ଗୃପ୍ ଏବଂ ହ୍ଵାଟ୍ସଆପ୍ ଗୃପରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗ ଓ ଶୀର୍ଷକକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୦୯/୭/୨୦୨୩ ରିଖ ଦିନ ହ୍ବାର୍ଟସପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ବିଶ୍ୱାସ ଘାତକ ” । 

    ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୨୯ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସଂଘମିତ୍ରା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା, ଜୟନ୍ତି ଓଝା, ଧାନମଣ୍ଡଳ, ଯାଜପୁର, ଦୁର୍ଯ୍ଯୋଧନ ବେହେରା, ଢେଙ୍କାନାଳ, ସୁନନ୍ଦା ମହାନ୍ତି, ସାକ୍ଷିଗୋପାଳ, ପୁରୀ, ଦେବରାଜ୍ ରଣା, ଚାଉଳଡିଆ, ବଲାଙ୍ଗୀର, ଶିବଶଙ୍କର ଭୂୟାଁ, ଜଗନ୍ନାଥଖୁଣ୍ଟା, ମୟୂରଭଞ୍ଜ, ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା, ସୁନ୍ଦରଗଡ, ଭାଗବତ ସାହୁ, ବନ୍ତ, ଭଦ୍ରକ, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା, ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର, ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ, ଗୀତାଞ୍ଜଳି ପୃଷ୍ଟି, କଟକ, ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ଦିଲିପ୍ ନାୟକ, ନରଣପଡା, କେନ୍ଦ୍ରାପଡା, ଅପରାଜିତା ପରିଡା, ଜଗତସିଂହପୁର, ତୁଷାରକାନ୍ତ ପ୍ରସାଦ, ବରୀ, ଯାଜପୁର, ବିବାସିନୀ ପଟ୍ଟନାୟକ, କାଳୁପଡାଘାଟ, ଖୋର୍ଦ୍ଧା, ଶାରଙ୍ଗଧର ସାହୁ, ବାର୍ଷିଙ୍ଗା, ହିନ୍ଦୋଳ, ଢେଙ୍କାନାଳ, ବାସନ୍ତୀ ମଞ୍ଜରୀ ହନୁମାନ, ଵଲାଙ୍ଗୀରି, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ଦ୍ରୌପଦୀ ମହାପାତ୍ର, କେନ୍ଦ୍ରାପଡା, ମନୋରମା ଦାସ, ଦଶରଥପୁର, ଯାଜପୁର, ଆନନ୍ଦିନୀ ମିଶ୍ର, ଝାରସୁଗୁଡା, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ଶକ୍ତିଦା ବିଷୋୟୀ, ସୋରଡା, ଗଞ୍ଜାମ, ସୁନିତା ଦାଶ, ଭୁବନେଶ୍ୱର, ଖୋର୍ଦ୍ଧା, ଅନସୂୟା ଦେବତା, ଅତାଵିରା, ଵରଗଡ଼ ଓ ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର ପ୍ରମୁଖ ।

       ସମସ୍ତ କବିତା ଗୁଡିକୁ ଖୁବ୍ ସୁନ୍ଦର ଭାବରେ ସମୀକ୍ଷା କରିଥିଲେ ଝାରସୁଗୁଡା ଜିଲ୍ଲାର କବୟିତ୍ରୀ ଏବଂ ଶିକ୍ଷୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ଆନନ୍ଦିନୀ ମିଶ୍ରଙ୍କୁ ମିଳିଛି ପ୍ରଥମ ସ୍ଥାନ । ସେହିପରି ବିବାସିନୀ ପଟ୍ଟନାୟକଙ୍କୁ ଦ୍ବିତୀୟ ଓ ଶିବଶଙ୍କର ଭୂୟାଁଙ୍କୁ ମିଳିଛି ତୃତୀୟ ସ୍ଥାନ । ସମସ୍ତ ପ୍ରତିଯୋଗୀ ମାନଙ୍କ କବିତା ରଚନା ପ୍ରାୟ ଖୁବ୍ ସୁନ୍ଦର ଓ ଉଚ୍ଚ କୋଟୀର ଥିଲା । ସାହିତ୍ୟ ତଥା ନିଜ ସୃଷ୍ଟିର ବିକାଶ ପାଇଁ ମୋ ଅନୁଷ୍ଠାନ ହେଉଛି ଏକ ବଳିଷ୍ଠ ମାଧ୍ୟମ । ଏହା ମଧ୍ୟ ଏକ ଶିକ୍ଷାର ଅନୁଷ୍ଠାନ । ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରି ଅନେକ କବି କବୟିତ୍ରୀ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ବିଚାରପତି ଆସନ ଅଳଙ୍କୃତ କରିପାରି ଥିବାରୁ ଅନୁଷ୍ଠାନ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି । ଆଗାମୀ ଦିନରେ ଆପଣମାନେ କାହିଁକି ବିଚାରପତି ଆସନ ଅଳଙ୍କୃତ କରିପାରିବେ ନାହିଁ ? ତେଣୁ ମନମଧ୍ଯରେ ସ୍ଥାନକୁ ନେଇ କୌଣସି ଭାବନା ନରଖି ଲେଖନୀ ଚାଳନା ଜାରି ରଖନ୍ତୁ, ଦିନେ ନା ଦିନେ ଜଗତରନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଆପଣ ମାନଙ୍କୁ ସଠିକ୍ ସ୍ଥାନରେ ପହଞ୍ଚିବା ହେଵେ । ପ୍ରତିଷ୍ଠାତା ଓ ସମ୍ପାଦକ( ନରେନ୍ଦ୍ର ପ୍ରସାଦ ବେହେରା) ହିସାବରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଏହା ମୋର ପରାମର୍ଶ । ସାହିତ୍ୟ ସୃଷ୍ଟି କେବଳ ବ୍ଯକ୍ତି ବିଶେଷଙ୍କୁ ଆନନ୍ଦ ଓ ଆତ୍ମସନ୍ତୋଷ ପ୍ରଦାନ କରିଥାଏ, ନୂତନ ନୂତନ କବି ମାନଙ୍କ ସହିତ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେଣୁ ଆସନ୍ତୁ ସମସ୍ତେ ସାହିତ୍ୟରେ ମନଦେଇ ନୂତନ ନୂତନ ପ୍ରତିଭା ମାନଙ୍କ ନିକଟତର ହେଵା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ଦିନ ମଧ୍ୟ ସ୍ଵତନ୍ତ୍ର ଦିବସରେ ବୁଥରେ ଦାଖଲ କରିପାରିବେ ଫର୍ମ

masiha

Government should take positive steps to make media fearless.

masiha

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!