ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ଜେ ୟୁ ନବରଙ୍ଗପୁର ଜିଲ୍ଲା ଶାଖା ର ଦ୍ଵାଦଶ ବାର୍ଷିକ ଉତ୍ସବ

ଓ ଜେ ୟୁ ନବରଙ୍ଗପୁର ଜିଲ୍ଲା ଶାଖା ର ଦ୍ଵାଦଶ ବାର୍ଷିକ ଉତ୍ସବ

ତେନ୍ତୁଳିଖୁଣ୍ଟି 09/10/23 // ଓଡିଶା ସାମ୍ବାଦିକ ସଂଘ (ଓଜେୟୁ), ନବରଙ୍ଗପୁର ଜିଲ୍ଲା ଶାଖାର ୧୨ ତମ ବାର୍ଷିକ ଉତ୍ସବ ଆରଏମସି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନବରଙ୍ଗପୁର ଉପ ଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ର ରେ ସମ୍ବିଧାନ ର ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ ।ସାମ୍ବାଦିକ ମାନଙ୍କର ଜନ ସେବାର ଭୁୟସୀ ପ୍ରଶଂସ। କରିଥିଲେ । ସମ୍ବାଦ ସଂଗ୍ରହବେଳେ ଜୀବନକୁ ମଧ୍ୟ ଉତ୍ସର୍ଗ କରୁଛନ୍ତି ।ସାମ୍ବାଦିକଙ୍କୁ ସୈନ୍ୟ ଠାରୁ କମ ତୁଳନା କରାଯାଇ ନପାରେ । ସାମ୍ବାଦିକ ଙ୍କର ତ୍ୟାଗ ସମସ୍ତ ଙ୍କର ନମସ୍ୟ ବୋଲି କହିଥିଲେ । କଲମ ଖଣ୍ଡା ଠାରୁ ମଧ୍ୟ ଶକ୍ତିଶାଳୀ, ତେଣୁ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ସେ ଗୁତୁତ୍ୱ ଦେଇଥିଲେ । ସମ୍ମନୀତଅତିଥି ନବରଙ୍ଗପୁର ପୌର ଅଧ୍ୟକ୍ଷ କୁନୁ ନାୟକ ଯୋଗଦେଇ ସାମ୍ବାଦିକ ମ।ନେ ସବୁବେଳେ ସତ୍ୟ ଓ ସମସ୍ୟାଭିତ୍ତିକ ଖବର ପ୍ରକାଶ କରିବାକୁ କହିଥିଲେ । ଲୋକଙ୍କୁ ସେବା କରିବା କାର୍ଯ୍ୟ ସାମ୍ବାଦିକ ମନେ ପାଳନ କରୁଥିବା କହିଥିଲେ । ଅନ୍ୟତମ ଅତିଥି ନବରଙ୍ଗପୁରବଣିକ ସଂଘର ସଭାପତି କାହ୍ନୁ ଦାସ ଯୋଗଦେଇ ସାମ୍ବାଦିକ ମାନଙ୍କର ବହୁଦିନ ର ଦାବି ପୂରଣ ହେଉ ନଥିବା ପରି ତାପର ବିଷୟ । ଜିଲାରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ସାମ୍ବାଦିକ ମାନଙ୍କୁ ଆହ୍ୱାନ କରିଥିଲେ । ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା ସଂଗଠନର ଆରମ୍ଭ ହେବାଠାରୁ ଆଜି ଯାଏଁ ଓଜେୟୁ ର ଇତିହାସ ଓ ସଙ୍ଗଠନର କାର୍ଯ୍ୟକାରିତା ବିଷୟରେ ବିଶଦ ତଥ୍ୟ ଦେଇଥିଲେ। ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ସାମ୍ବାଦିକ ଙ୍କର ସ୍ୱାର୍ଥ ନେଇ ଓଜେୟୂ ସଙ୍ଘ ବହୁସମୟରେ ରାଜ୍ୟ ଓ ଜିଲା ସ୍ତରରେ ଆନ୍ଦୋଳନ,ଧାରଣା ସହିତ ଦାବିପତ୍ର ପ୍ରଦାନ କରିଛି । ବାରମ୍ବାର ବିଭିନ୍ନ ଦାବି କରିବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଦୁଇ ଲକ୍ଷରୁ ପାଞ୍ ଲକ୍ଷ କୁ ବୃଦ୍ଧି କର।ଯାଇଥିବା ବେଳେ ସାମ୍ବାଦିକଙ୍କ ସୁରକ୍ଷା, ପେନସନ ବ୍ୟବସ୍ଥା, ସାମ୍ବାଦିକଙ୍କୁ ଋଣ ବ୍ୟବସ୍ଥା, ଛୁଆଙ୍କ ପାଠପଢା ବ୍ୟବସ୍ଥା , ଭୁବନେଶ୍ୱରରେ ସାମ୍ବାଦିକ ଭବନ ନିର୍ମାଣ ଓ ଅନ୍ୟାନ୍ୟ ବିଷୟରେ ରାଜ୍ୟ ସରକାର ଉଦାସୀନତା ଥିବା ବିଷୟରେ କହିଥିଲେ। ଓଜେୟୁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଅସୁବିଧା କାରଣରୁ ଉପସ୍ଥିତ ହୋଇ ନ ପାରି ଆଜିର କାର୍ଯ୍ୟକ୍ରମର ସଫଳତା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଏହି ଅବସରରେ ସଭା ପ୍ରାରମ୍ଭ ଅତିଥିମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଦିବଙ୍ଗତ ସାମ୍ବାଦିକ ଙ୍କର ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲା ସଭାପତି ଶିବ ଶଙ୍କର ତ୍ରିପାଠୀ ସଭାରେ ଅଧକ୍ଷତା କରି ସ୍ୱାଗତ ଜଣାଇବା ସହିତ ଜିଲ୍ଲା ଓଜେୟୁ ସଙ୍ଘର ସମସ୍ତ ସାମ୍ବାଦିକଙ୍କ ପାଇଁ ମଗଣାରେ ୫ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ସ୍ବାସ୍ଥ୍ୟ ବୀମା କରିବା ପାଇଁ ଘୋଷଣା କଲେ। ଜିଲା ସମ୍ପାଦକ ଜାନକୀ କାନ୍ତ ବିଷୋୟୀ ସଙ୍ଘର ବାର୍ଷିକ ବିବରଣୀ ପାଠ କରିଥିଲେ ।  

କୋଷାଧ୍ୟକ୍ଷ ଦେବୀ ପ୍ରାସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ରଞ୍ଜନ କୁମାର ପଟ୍ଟନାୟକ, ସାମ୍ବାଦିକ ବେଣୁ ଗୋପାଳ ରାଓ, ଶୁଭଶ୍ରୀ ଗନ୍ତାୟତ, ମିହିର ଶଙ୍କର ପାତ୍ର, ଅନିଲ ବିଷୋୟୀ, ମୁନ୍ନା ମହାନ୍ତି, ପପୁ ପଟ୍ଟନାୟକ, ଆଶିଷ କୁମାର ନାୟକ, ଶ୍ରୀହରି ବିଷୋୟୀ, ଗୀତମ ବିଷୋୟୀ ପ୍ରମୁଖ ନିଜ ନିଜର ମତ ପ୍ରକାଶ କରିଥଲେ। ଆଇନ ପରାମର୍ଶ ଦାତା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଦେବେନ୍ଦ୍ର ବିଷୋୟୀ, ଶିବ ଶଙ୍କର ବିଷୋୟୀ, ଅନୁଜ ବିଷୋୟୀ, ରବିକିରଣ ନାଗ, ରାଜନ ପଟ୍ଟନାୟକ, ଉତ୍ପନ ଟାକ୍ରି, ବିଶ୍ଵନାଥ ବିଷୋୟୀ, ଗୀତିକା ବିଷୋୟୀ, ପର୍ବିନ ଗୁପ୍ତା, ଶିଶିର ଖୁରା, ବିଷ୍ଣୁ ପ୍ରାସାଦ ବିଷୋୟୀ, ସୁଧାଂଶୁ ପ୍ରଧାନ, ଗଗନ ଗନ୍ତାୟତ, ଚନ୍ଦ୍ରଶେଖର, ପ୍ରମୁଖ ୫୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ପଣ୍ଡିଗାଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

masiha

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

masiha

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

Leave a Comment

error: Content is protected !!