ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡରେ ସାଇବର ସଚେତନତା ରଥ ଓ ସଚେତନତା ଶିବିର 

ବାଦାମ ପାହାଡରେ ସାଇବର ସଚେତନତା ରଥ ଓ ସଚେତନତା ଶିବିର 

ମୟୂରଭଞ୍ଜ- ୮/୧୦ ( ମସିହା)ସଚେତନତା ଅଭାବ ରୁ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଛି। ସାଇବର ଅପରାଧ, ଡିଜିଟାଲ ଯୁଗରେ ସର୍ବସାଧାରଣ କିପରି ସୁରକ୍ଷିତ ରହିବେ ସେ ନେଇ ଓଡ଼ିଶା ସରକାର ଏବଂ ଓଡ଼ିଶା ପୋଲିସ ବିଭିନ୍ନ ବ୍ୟାଙ୍କ ର ସହଭାଗିତା ରେ ସାଇବର ସୁରକ୍ଷା ଅଭିଯାନ ଅକ୍ଟୋବର ମାସ ୨ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ବାଦାମ ପାହାଡ଼ ଥାନା ତରଫରୁ ସାଇବର ସଚେତନତା ରଥ କୁ ସ୍ବାଗତ କରିବା ସହିତ ବାଦାମ ପାହାଡ ଶିବ ମନ୍ଦିର ପଡ଼ିଆରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଦାମ ପାହାଡ଼ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଦାମ ପାହାଡ଼ସ୍ଥିତ ସମସ୍ତ ସ୍କୁଲ କଲେଜର ଛାତ୍ର ଛାତ୍ରୀ ସଚେତନତା ରଥ କୁ ସ୍ବାଗତ କରିବା ସହିତ ଶୋଭା ଯାତ୍ରା ରେ ସାମିଲ୍ ହୋଇ ଶିବ ମନ୍ଦିର ଯାଏଁ ଯାଇଥିଲେ। ଏହି ଅବସରରେ ବାଦାମ ପାହାଡ଼ ଡିଗ୍ରୀ କଲେଜ ଅଧ୍ୟକ୍ଷ ଭୂପତି ଭୂଷଣ ଗିରି, ବିଜ୍ଞାନ କଲେଜ ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ସାହୁ, ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପାନେଶ୍ଵରୀ ମୁର୍ମୁ ଏବଂ ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା ବେହେରା ଏବଂ ସମସ୍ତ ସ୍କୁଲ କଲେଜ ମାନଙ୍କ ର ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଏସ୍ ଏସ୍ ଜି ଗୃପ ଏବଂ ଅଙ୍ଗନୱାଡ଼ି କର୍ମି ସମେତ ସର୍ବଦଳୀୟ ନେତା ରାଜନେତା  ଙ୍କ ସହିତ ପୋଲିସ ବାହିନୀ ସ୍ବାଗତ ସହିତ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହା ପରେ ବାଦାମ ପାହାଡ଼ ଶିବ ମନ୍ଦିର ପଡ଼ିଆରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ବାଦାମ ପାହାଡ଼ ଥାନା ଓଆଇସି‌ ଶ୍ରୀମତୀ ଅମ୍ବିକା ପ୍ରସାଦ ଦାସ ଙ୍କ ପୈାରହିତ୍ଯ ରେ ଅନୁଷ୍ଠିତ ଶିବିରରେ ମୂଖ୍ୟ ଅତିଥି ଭାବରେ ମୟୁରଭଞ୍ଜ ଅତିରିକ୍ତ ଆରକ୍ଷୀ  ଅଧିକ୍ଷକ ଉମାଶଙ୍କର ମହାରଣା ଯୋଗଦେଇ ସାଇବର ଅପରାଧ କମାଇବା ସହିତ ଜନସାଧାରଣ କିପରି ଡିଜିଟାଲ ଠକେଇର ଶିକାର ନ ହେବେ ଏବଂ ଠକେଇ ରୁ ନିଜକୁ କିପରି ସୁରକ୍ଷିତ ରଖିବା ସେ ନେଇ ସଚେତନତା ବାର୍ତ୍ତା ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ, ବିଡ଼ିଓ ଧାନାଇ ଚରଣ ଟୁଡୁ, ତହସିଲଦାର ଶିବ ପ୍ରସାଦ ମୁର୍ମୁ, ମୟୁରଭଞ୍ଜ ସଚେତନତା ରଥ ଦାଇତ୍ୱ ରେ ଥିବା ଡି ଏସ୍ ପି ଦୋଳମଣି ଭୋଇ ଏବଂ ଧାଙ୍ଗୁଡିମୁତା ସରପଞ୍ଚ ଦିଲ୍ଲିପ ସୋରେନ୍ ଏବଂ ସାଇବର ଏକ୍ସପର୍ଟ୍ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଶ୍ୟାମସୁନ୍ଦର ମଣ୍ଡଳ ପ୍ରମୁଖ ଯୋଗଦେଇ ସାଇବର ଠକେଇ ସୁରକ୍ଷା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଏହି ଶିବିର ରେ ଅତିଥି ପରିଚୟ ସହିତ ପରିଚାଳନା କରିଥିଲେ ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ହେମନ୍ତ ପ୍ରଧାନ। ଏହି ଅବସରରେ ପୋଲିସ୍ ପକ୍ଷରୁ ଗାଁ ଗହଳି ଏବଂ ବ୍ଲକରେ ସାଇବର ସଚେତନତା ରଥ କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସଚେତନତା ଅଭିଯାନ ରେ ବାଦାମ ପାହାଡ଼ ପୋଲିସ ଏ ଏସ୍ ଆଇ ବିଚିତ୍ରାନନ୍ଦ ଦାସ, ଏବଂ ଅନ୍ୟ ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବିଭିନ୍ନ ବର୍ଗର ଲୋକଙ୍କ ସହିତ ବାଦାମ ପାହାଡ ଅଞ୍ଚଳ ର ସମସ୍ତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ସହିତ ଅଞ୍ଚଳ ର ବିଶିଷ୍ଟ ନେତା ରାଜନେତା, ସମାଜସେବୀ, ଅଧ୍ୟାପକ, ଶିକ୍ଷକ ଶିକ୍ଷୟିତ୍ରୀ, ଟାଟା ପାୱାର କର୍ମଚାରୀ, ସ୍ଥାନୀୟ ଚାଳକ ସଂଘ, ମହିଳା ସମିତି, ଅଙ୍ଗନୱାଡ଼ି କର୍ମି, ଏବଂ ଜନପ୍ରତିନିଧି ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

A new Branch office opened of Canara Bank at 42 Mouza.

masiha

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!