ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭାରମ୍ଭ 

ରାଇରଙ୍ଗପୁର ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭାରମ୍ଭ 

   ମୟୂରଭଞ୍ଜ – ୦୪/୦୧ // ଜାନୁଆରୀ ୧ ରୁ ୩୧ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଥିବା ବାମନଘାଟୀ ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମ ଶୁଭ ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଆଂଚଳିକ ପରିବହନ ବିଭାଗ ଜରିଆରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୦.୩୦ ଟା ସମୟରେ ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଂଜନ ପ୍ରଧାନ, ଅତିରିକ୍ତ ପରିବହନ ଅଧିକାରୀ ଇଂ ସନ୍ଦୀପ ପାଇକରାୟ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି ପ୍ରମୁଖ ସଡ଼କ ସୁରକ୍ଷା ରଥକୁ ସଵୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏଥିରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ ଏବଂ ଛାତ୍ରୀ ବୃନ୍ଦ,ଵାମନଘାଟୀ ଟ୍ରକ ମାଲିକ ସଂଘ, ରାଇରଙ୍ଗପୁର ପୋଲିସ, ରାଇରଙ୍ଗପୁର ଗଣମାଧ୍ୟମ ପ୍ରତିନିଧି,ପରିବହନ କର୍ମଚାରୀ,ବସ ମାଲିକ ସଂଘ,ଅଟୋ ମାଲିକ ସଂଘ,ମୋଟର କର୍ମଚାରୀ ସଂଘ ପ୍ରମୁଖ ଅଂଶ ଗ୍ରହଣ ଅରିଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରୁ ସମସ୍ତେ ହାତରେ ପ୍ଳାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସଡ଼କ ସୁରକ୍ଷା ସଚେତନତା ସ୍ଲୋଗାନ ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ରାସ୍ତାରେ ପରିବହନ ବିଭାଗ ତରଫରୁ ରାସ୍ତାରେ କାଯାଉଥିବା ପଥିକ,ବାଇକ ଆରୋହୀ ଲଘୁଯାନ,ଭାରି ଯାନ ଯାଉଥିବା ଚାଳକ , ଯାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ର ଲିଫଲେଟ ପ୍ରଦାନ କରାଯାଇଥିଲା । ଶୋଭାଯାତ୍ରାରେ ସଡ଼କ ସୁରକ୍ଷା ,ଜୀବନ ରକ୍ଷା,ହେଲମେଟ ପିନ୍ଧି ବାଇକ ଚଳାଇବା,ବାଇକ ଚଳାଇଲା ବେଳେ ମୋବାଇଲ କାନରେ ଲଗାଇ କଥା ନ ହେବା,କାର୍ ରେ ବସିବା ବେଳେ ସିଟ୍ ବେଲ୍ଟ ଲଗାଇବା,ମଦ ପିଇ ଗାଡ଼ି ନ ଚଲାଇବା, ସଡ଼କ ଦୁର୍ଘଟଣାରୁ ଧନ ଜୀବନର ସୁରକ୍ଷା ପାଇଁ ସଡକ ସୁରକ୍ଷା ଜୀବନ ରକ୍ଷା ଆଧାରିତ ସମସ୍ତ ନିୟମ କାନୁନ ସମ୍ବନ୍ଧରେ ପ୍ରଥମେ ଜାଣିବା,,ତାକୁ ଶତ ପ୍ରତିଶତ ଅନୁପାଳନ କରିବା,ବିନା ଲାଇସେନ୍ସରେ ଗାଡ଼ି ନ ଚଳାଇବା,କମ ବୟସର ପିଲାଙ୍କୁ ଗାଡ଼ି ନ ଚଳାଇବା ପାଇଁ ସଚେତନ କରାଇବା,ଗାଡ଼ି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା କରିବା,ଗାଡ଼ିର ଆବଶ୍ୟକୀୟ ଦସ୍ତାବିଜ, ସରକାରଙ୍କ ପରିବହନ ନୀତି ନିୟମ ମାନିବା, ସମ୍ମୁଖ ଗାଡ଼ିକୁ ଅତିକ୍ରମ ନ କରିବା,ଦୃତ ବେଗରେ ଗାଡି ନ ଚଲାଇବା, ଟ୍ରାଫିକ ନିୟମ ମାନିବା ଉପରେ ବାର୍ତ୍ତା ଦିଆ ଯାଇଥିଲା । କାର୍ଯ୍ୟକ୍ରମକୁ ଅତିରିକ୍ତ ପରିବହନ ବିଭାଗର ଜୁନିଅର ଏମ ଭିଆଇ ଆଶୁତୋଷ ନାଏକ, ସହକାରୀ ଟ୍ରାଫିକ ସବ ଇନ୍ସପେକ୍ଟର ବିଜୟ ବାଲ୍ଲା, ଜୁନିଅର କ୍ଲର୍କ ସାମିଲ ବେହେରା, ଦେବେନ୍ଦ୍ର ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

Leave a Comment

error: Content is protected !!