ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଯୁବତୀ ମୃତ 

ପୋଖରୀରେ ବୁଡି ଯୁବତୀ ମୃତ 

ଡାବୁଗାଁ, ୧୬/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ – ଭାଲୁଗୁଡା ଗ୍ରାମରେ ଶୁକ୍ରବାର ପୋଖରୀରେ ବୁଡି ଜଣେ ଯୁବତୀର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ସିନ୍ଧିଗାଁ – ଭାଲୁଗୁଡା ଗ୍ରାମର ଦାମୁ ଭତ୍ରା ଙ୍କ ଝିଅ ଗୁରୁବାରୀ ଭତ୍ରା (୪୦) ଆଜି ସକାଳ ପ୍ରାୟ ୭.୩୦ ଘ. ସମୟରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା | ଗୁରୁବାରୀ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ | ପୂର୍ବାହ୍ନ ପ୍ରାୟ ୯ ଘ. ସମୟରେ ସେହି ରାସ୍ତାରେ ଗ୍ରାମର ଜଣେ ଯୁବକ ଜମିକୁ ଯିବା ସମୟରେ ପୋଖରୀରେ ଜଣେ ମୁହଁ ମାଡି ଭାସୁଥିବାର ଦେଖିଥିଲେ | ପରେ ଯାଇ ପାଖ ଜମିରେ ହଳ କରୁଥିବା ମୃତକର ବାପା ଦାମୁ ଭତ୍ରା ଙ୍କୁ ଖବର ଦେଇଥିଲା | ସଙ୍ଗେ ସଙ୍ଗେ ଦାମୁ ଭତ୍ରା ଓ ଅନ୍ୟ ମାନେ ପୋଖରୀ ପାଖକୁ ଆସି ଯୁବତୀଙ୍କୁ ଉଦ୍ଧାର କରି ପୋଖରୀ ହୁଡା କୁ ଆଣି ଦେଖିଥିଲେ ଯେ ଗୁରୁବାରୀ ର ମୃତ୍ୟୁ ଘଟିଛି | ଏନେଇ ମୃତକ ର ସାନ ଭାଇ ଉଲଧର ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଶ୍ରୀରାମ ନାମରେ ଗୁଞ୍ଜରିତ ଗାଁ ଠୁ ସହର, କୋକସରାରେ ବାଇକ ରେଲି କଲେ ଶ୍ରୀରାମ ସେନା

masiha

ନବରଙ୍ଗପୁର ଜିଲ୍ଲା ଟପ୍ପର ହେଲେ ଅର୍ପିତା ଏ-୧ରେ ୧୬,ଏ-୨ରେ୨୨ ଉତ୍ତୀର୍ଣ୍ଣ, ପୁଅଙ୍କ ଠାରୁ ଆଗରେ ଝିଅ

Leave a Comment

error: Content is protected !!