ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ସିବିଏସସି କଳାହାଣ୍ଡି ଟପ୍ପର ଅନିକେତ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ସିବିଏସସି କଳାହାଣ୍ଡି ଟପ୍ପର ଅନିକେତ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୧୬/୫(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାମ୍ବାଦିକ ସଙ୍ଘ ପକ୍ଷରୁ ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ସ୍ଥାଡିୟମ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଙ୍ଘର ସଭାପତି ଖଗେଶ୍ବର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ସଂଘର ପୂର୍ବତନ ସଭାପତି ହିମାଂଶୁ ଶେଖର ବରାଡ଼, ସନ୍ତୋଷ ସିଂହଦେଓ, ନରେନ୍ଦ୍ର କ୍ଷିତି ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଉପଲକ୍ଷେ ଜୁନାଗଡ଼ ଆଦର୍ଶବିଦ୍ୟାଳୟ ଛାତ୍ର ଅନିକେତ ପଣ୍ଡା ସିବିଏସ ସି ଦଶମ ଶ୍ରେଣୀରେ ରେ କଳାହାଣ୍ଡି ଟପ୍ପର ହୋଇଥିବାରୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ପାଦକ ରବିଶଙ୍କର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସଂଘର ବରିଷ୍ଠ ସୁନ୍ଦର ମୋହନ ଛତ୍ରିଆ, ଆଦିତ୍ୟ ମହାନ୍ତି, କୁମାରମଣି ଦୁର୍ଗା, ସୁନୀଲ ସିଂ, ବ୍ୟମୋକେଶ ପୁରୋହିତ, ରାକେଶ ବେମାଲ, ଭୋକରଧନ ଧଙ୍ଗଡାମାଝୀ, ରୋହିତ ବାଗ, ଅଂଶୁମାନ ଯୋଶୀ ଏବଂ ଛାତ୍ର ଅନିକେତ ପଣ୍ଡାଙ୍କ ବାପା ନରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ପୌର ପରିଷଦ ଓ ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ…. ୯ରେ ଜୁନାଗଡ଼, ୧୨ରେ ଭବାନୀପାଟଣାରେ ସ୍ବତନ୍ତ୍ର ବୈଠକ ପାଇଁ ନିର୍ଦ୍ଦେଶ

masiha

ବାସନ୍ତୀ ପାଠାଗାରର ଶିଶୁ ସାହିତ୍ୟ ଆସର 

masiha

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

masiha

Leave a Comment

error: Content is protected !!