ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଳବେଡା ଠାରେ ମା ଠାକୁରାଣୀ ବାର୍ଷିକ ମଣ୍ଡେଇ 

ଚନ୍ଦାହାଣ୍ଡି(ମନି ସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଦଳବେଡା ଗ୍ରାମ ସାପ୍ତାହିକ ହାଟପଦା ଠାରେ ଥିବା ମନ୍ଦିର ପରିସରରେ ମା ଠାକୁରାଣୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଂଚଳର ସୁଖ ,ଶାନ୍ତି, ସମୃଦ୍ଧି, ଉତମ ଫସଲ ଓ ବିଭିନ୍ନ ରୋଗରୁ ମୁକ୍ତି ନିମନ୍ତେ ଏହି ଯାତ୍ରା ପାଳିତ ହେଉଥିବା ସ୍ଥାନୀୟ ବାସିନ୍ଦା ସନ୍ତୋଷ ମାଝୀ କହିଛନ୍ତି । ଗତକାଲି ଠାରୁ ଦଳବେଡା ଓ ଆଖ ପାଖ ଗ୍ରାମର ସମସ୍ତ ଚାଷି ଏକତ୍ରୀତ ହୋଇ ପୂଜାର୍ଚ୍ଚନା ଆରମ୍ଭ କରିଥିବା ବେଳେ ଆଜି ଏହି ଅବସରରେ ପାନାବେଡା ଅଂଚଳର ସମସ୍ତ ଦେବା ଦେବୀ ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ମଣ୍ଡେଇ ଯାତ୍ରାରେ କଛାରପଡା , ଅଂଟିପଡା , ବନାମହୁଲ , ଭାଟିପଡା , ବରାଗୁଡା , କାଶିପାଣି ସମେତ ଆଖାପାଖ ଗ୍ରାମର ପ୍ରତିଷ୍ଠାତ୍ରୀ ଦେବା ଦେବୀ ଦଳବେଡା ଗ୍ରାମକୁ ବିରାଜମାନ କରିଥିଲେ । ଏହା ପ୍ରତି ବର୍ଷ ପାଳିତ ହୁଏ । ବିଭିନ୍ନ ଦେବାଦେବୀଙ୍କ ଲାଠି, ବିମାନ ,ପାଲିଙ୍କି ରେ ଦେବାଦେବୀ ମାନେ ଗ୍ରାମ ପରିକ୍ରମା କରିବା ପରେ ଠାକୁରାଣୀ ମନ୍ଦିର ପୀଠରେ ସମସ୍ତେ ଏକତ୍ରୀତ ହୋଇଥିଲେ । ଚଳିତ ବର୍ଷ ଏହି ମଣ୍ଡେଇ ଯାତ୍ରାରେ ଷାଠିଏ ରୁ ଉର୍ଦ୍ଧ ଲାଠି ଶୋଭାଯାତ୍ରାରେ ବାହାରି ଥିଲେ । ଲୁହା କଂଟା ରେ ନିର୍ମୀତ ଦୋଳିରେ ବସି ଦେବୀ ମାନେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ଏହା ଦେଖିବା ନିମନ୍ତେ ଶହ ଶହ ଲୋକ ଭିଡ ଜମାଇଥିଲେ । କୁନି କୁନି ପିଲାଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାର ଖେଲଣା ଦୋକାନୀ ମାନେ ପସରା ମେଲାଇଥିଲେ । ଏହି ମଣ୍ଡେଇ ମା ଠାକୁରାଣୀ ଙ୍କ ପୁଜକ ଯୋଗୀ ପୁଜାରୀ ପୂଜାପାଠ କରିଥବା ବେଳେ ପୂଜା କମିଟି ସଦସ୍ୟ ମାଧବ ଧୁରୁଆ, ମଙ୍ଗଳ ନାୟକ, ସନ୍ତୋଷ ମାଝୀ, ନାୟକୁ ମାଝୀ , ଚରଣସିଂ ନାୟକ,ଲାଲୁ ମାଝୀ,ଜଗନ୍ନାଥ ଗୈାଡ, ଲଛମନ ନାଗ ,ଘନ ମାଝୀ , ଦୟା ଗୈାଡ, , ବଳ ମାଝୀ , ସଦନ ମାଝୀ , ଧନିଷ୍ଠ ନାଗ ବଳରାମ ମାଝୀ,ସନଧର ପୋଡ ,ଭୋଳାନାଥ ବେଶ୍ରା,ଭରତ ବାଘ,ଘନଶ୍ୟାମ ନାୟକ, ପ୍ରମୂଖ ଶୀରା ଓ ଦିଶାରୀ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

masiha

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!