ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ ଗୌରବ ଦିବସ ପାଳନ

ରାଉରକେଲା/ ସେକ୍ଟର ୨ ସ୍ଥିତ ମାକ୍ସମୁଲାର ଭବନ ଠାରେ ଭାରତୀୟ ଯୁବ ହଷ୍ଟେଲ ତରଫରୁ ସେଲ ଗୌରବ ଦିବସ ପାଳିତ ହୋଇଯାଇଛି । ହଷ୍ଟେଲ ର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଅନୀଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ମିକ ନିର୍ବାହୀ ନିର୍ଦ୍ଦେଶକ ସୂର୍ୟ ବଂଶୀ ମୁଖ୍ୟ ଅତିଥି , ସହରସେବା ବିଭାଗ ମୁଖ୍ୟ ମହା ପରିଚାଳକ ଅଜୟ ନାୟକ ,ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି , ଟାଉନ ଇଂଜିନିୟରିଂ ମୁଖ୍ୟ ବି କେ ଯୋଯୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆରଏସପିର ମହାପ୍ରବନ୍ଧକ ତଥା ଯୁବ ହଷ୍ଟେଲର ଉପସଭାପତି ପ୍ରତାପ ସ୍ଵାଇଁ ସ୍ଵାଗତ ଭାଷଣ ରଖିଥିଲେ । ଏହି ଅବସରରେ ଅତିଥିମାନେ ଯୁବ ହଷ୍ଟେଲର ସମାଜ ପ୍ରତି ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ । ହଷ୍ଟେଲ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଲୁସି ଦାଶ ଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ମୁଖ୍ୟ ଅତିଥି ସେଲ ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ କାଟି ଶୈଳ ଗୌରବ ଦିବସ ର ଗରିମା ବଢାଇଥିଲେ। ରାଜେଶ ଅଗ୍ରୱାଲ, ପି ପି କେ ପାତ୍ର ସହଯୋଗ କରିଥିଲେ। ଯୁବ ହଷ୍ଟେଲ ର ସଦସ୍ୟ ମାନେ ସର୍ବଶ୍ରୀ ସରୋଜ ପଟ୍ଟନାୟକ,ଦେବୁ,ବାବୁଲି,ରଂଜନ,ବସନ୍ତ, ସାଜି, ରାଜେଶ,ଆନନ୍ଦ, ସନ୍ତୋଷ,ପି ସି, ସରୋଜ ,ନୀଳମଣି,ବିଦିତ, ପିତାମ୍ବର, ସୁରେଶ, ବିଶ୍ବନାଥ, ସୁପ୍ରଭା, ସୁଲଚନା,ଶାନ୍ତି, କାପ୍ରା, ମୀନାକ୍ଷୀ, ଅରୁନ୍ଧତୀ,ଲୁସି, ପ୍ରଣତୀ, ନିରଜ, ଅନୁପମ, ଅମିତାଭ , ମନୋଜ ପ୍ରମୁଖ ସେଲ ଗୌରବ ଦିବସ କୁ ଅନନ୍ୟ ଶୈଳୀ ରେ ହର୍ଷୋଲ୍ଲାସ ରେ ପାଳନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

masiha

ଓଡ଼ିଶା ମହାଦଳିତ ପରିସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ତିନିଦିନିଆ ଜନଜାତି କ୍ରୀଡା ଉଦଘାଟିତ 

masiha

Leave a Comment

error: Content is protected !!