ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଳିତ

ରାୟଗଡ଼ ତା୧୯/୧୧/୨୦୨୪ରିଖ ମଙ୍ଗଳବାର ରେଳବାଇ ପଡ଼ିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଘାଟିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କାଡ୍ରlକା ଅlପଲସ୍ୱାମି,ମାନ୍ୟବର ବିଧାୟକ ରାୟଗଡ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ସବୁ ପ୍ରକାର ଯୋଜନା କରୁଛନ୍ତି । ଏହାଦ୍ଵାରା ଲୋକମାନଙ୍କର ଆୟ ଦ୍ୟୁଗୁଣିତ ହେବା ସଙ୍ଗେ ସଙ୍ଗେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ନୀଳମାଧବ ହିକକା, ମାନ୍ୟବର ବିଧାୟକ , ବିଷମ କଟକ ଓ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ , ମାନ୍ୟବର ବିଧାୟକ, ଗୁଣୁପୁର ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ବ୍ୟବସାୟ ଭିତ୍ତି ରେ ଗ୍ରହଣ କରି ବେକାରୀ ସମସ୍ୟା କୁ ଦୂରୀଭୂତ କରାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁଶ୍ରୀ ସରସ୍ଵତୀ ମାଝୀ ,ଅଧ୍ୟକ୍ଷା ଜିଲ୍ଲା ପରିଷଦ ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ପାଳନ କରି ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର , ମୂଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ମତ୍ସ୍ୟ,ଦୁଗ୍ଧ,ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ର ରେ ସେମାନଙ୍କ ଭୂମିକା କୁ ଭୂୟସୀ ପ୍ରଶଂସା କରିଥିଲେ।ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ରାୟଗଡ଼,କୋଲନରା, କାଶିପୁର,ରlମନାଗୁଡ଼ା ଓ କଲ୍ୟାଣସିଂପୁର ର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଉପସ୍ଥିତ ଥିଲେ।ତତ୍ସହିତ ଜିଲ୍ଲା ପରିଷଦ ସଭ୍ୟ କ ଓ ଖ ଜୋନ ରାୟଗଡ ଯୋଗଦାନ କରିଥିଲେ ।

ଉକ୍ତ ସଭା ରେ ଡାକ୍ତର ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରାୟଗଡ଼ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ଉକ୍ତ ସଭା ରେ ସଭାପତି ଶ୍ରୀମତି ପlରୁଲ୍ ପଟୱାରୀ , ଜିଲ୍ଲାପାଳ ତଥା ଜିଲ୍ଲା ନ୍ୟାୟଧିସ ରାୟଗଡ଼ ମତ୍ସ୍ୟ ଓ ପ୍ରlଣୀସମ୍ପଦ ବିକାଶ ବିଭାଗ ର ତୃଣ ମୂଳ ସ୍ତର ର କର୍ମକର୍ତ୍ତା ଙ୍କର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।

ଉକ୍ତ ମେଳା ରେ ବିଶେଷ ଆକର୍ଷଣ ସ୍ୱରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀ ମାନଙ୍କ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ୩୧ଟି ଷ୍ଟଲ ର ପ୍ରଦର୍ଶନ କରାଯାଇଥିଲା ।ଏହାସହିତ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାର ସଫଳ ପ୍ରାଣୀ ପାଳକ ଚାଷୀ ହିସାବ ରେ ସଂଘମିତ୍ରା ପାଢ଼ୀ, ରାୟଗଡ ଓ ଖଗପତି ନାୟକ କାଶିପୁର ଏବଂ ଜିଲ୍ଲା ର ସଫଳ ମତ୍ସ୍ୟ ଚାଷୀ ହିସାବ ରେ କlଞ୍ଜlକା କ୍ରିଷ୍ଣା କଲ୍ୟାଣସିଂପୁର୍ ଓ ଲକ୍ଷ୍ମଣ ବେହେରା କୋଲନରା ଙ୍କୁ ଉପଢୌକନ ସହିତ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିଲା, ତତ୍ ସହିତ ବ୍ଲକ ସ୍ତର ରେ ପ୍ରାଣୀ ପାଳକ ଚାଷୀ ହିସାବ ରେ କୃଷ୍ଣ ଚନ୍ଦ୍ର ହିଆଲ ବିଷମ କଟକ ଓ ମତ୍ସ୍ୟ ଚାଷୀ ହିସାବରେ ଯୋଗେନ୍ଦ୍ର ଡୁବ୍ରୁକା , ଚନ୍ଦ୍ରପୁର ଙ୍କୁ ସମ୍ମlନିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନ ରେ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଡାକ୍ତର ମନୋଜ କୁମାର ପଟ୍ଟନାୟକ ଯୁଗ୍ମ ନିର୍ଦ୍ଦେଶକ , ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ, କଟକ ଯୋଗ ଦାନ କରି “ଘାସ ଚାଷ ମାଧ୍ୟମ ରେ ଗୋପାଳନ ଏକ ଲାଭ ଜନକ ବ୍ୟବସାୟ” ଶୀର୍ଷକ ଉପରେ ଆଲୋକପାତ କରିଥିଲେ ।ଅନ୍ୟତମ ବିଶେଷଜ୍ଞ ହିସାବ ରେ ଡାକ୍ତର ପରାଗ ଆଚାର୍ଯ୍ୟ ବୈଜ୍ଞାନିକ RRTTS ଭବାନୀ ପାଟଣା ଯୋଗଦାନ କରି” ଗୋଶାଳା ମାଧ୍ୟମ ରେ ପ୍ରାଣୀ ମଙ୍ଗଳ କାର୍ଯକ୍ରମ” ଶୀର୍ଷକ ଉପରେ ଆଲୋଚନା କରି ଥିଲେ । ତତ୍ସହିତ ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ ଉପ ନିର୍ଦେଶକ ମତ୍ସ୍ୟ ବିଭାଗ କଟକ “ମତ୍ସ୍ୟ ପାଳନ କ୍ଷେତ୍ର ରେ ସରକାରୀ ଯୋଜନା ମାଧ୍ୟମ ରେ ଚାଷୀ ମାନଙ୍କ ର ଅର୍ଥ ନୈତିକ ଅଭିବୃଦ୍ଧି ” ଶୀର୍ଷକ ଏବଂ ଶ୍ରୀଯୁକ୍ତ ପ୍ରିତମ ତ୍ରିପାଠୀ, ସହକାରୀ ପ୍ରାଧ୍ୟାପକ ସେଞ୍ଚୁରିୟାନ ବିଶ୍ଵ ବିଦ୍ୟାଳୟ,ଗଜପତି,”ମତ୍ସ୍ୟ ପାଳନ କ୍ଷେତ୍ର ରେ ନୂତନ ଜ୍ଞନକୌଶଳ ବ୍ୟବହାର” ଶୀର୍ଷକ ଉପରେ ଆଲୋକପାତ କରିଥିଲେ।

ଶେଷରେ ସରକାରଙ୍କର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ସର୍ବ ଶେଷରେ ଶ୍ରଯୁକ୍ତ ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ରାୟଗଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର:ଉକ୍ତ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି କମିଟି ଓ ଗ୍ରାମବାସୀବୃନ୍ଦ       

masiha

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଝାଡାବାନ୍ତି ରୋଗ ସମ୍ପର୍କରେ ସମୀକ୍ଷା

masiha

ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

masiha

Leave a Comment

error: Content is protected !!