ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଯାଦବ ମହାସଭାର ସଭାପତି ଭାବେ ଆଶୀର୍ବାଦ ବେହେରା ପୁନଃ ନିର୍ବାଚିତ 

ଉତ୍କଳ ଯାଦବ ମହାସଭାର ସଭାପତି ଭାବେ ଆଶୀର୍ବାଦ ବେହେରା ପୁନଃ ନିର୍ବାଚିତ 

କଟକ : ଉତ୍କଳ ଯାଦବ ମହାସଭାର ରାଜ୍ୟ ସଭାପତି ନିର୍ବାଚନ ଯଶୋଦା ଗାର୍ଡେନ ଠାରେ ନିର୍ବାଚନ ଅଧିକାରୀ ତଥା ରାଷ୍ଟ୍ରୀୟ ଉପ ସଭାପତି ପିତାମ୍ବର ଦାସଙ୍କ ସଭାପତିତ୍ବରେ ସମ୍ପନ୍ନ ହୋଇଯାଇଛି । ଜିଲ୍ଲା ସଭାପତି ଓ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସମସ୍ତ ପ୍ରସ୍ତାବ ପତ୍ର ଖୋଲା ଯାଇଥିଲା। ଆଶୀର୍ବାଦ ବେହେରାଙ୍କ ନାମରେ ସର୍ବାଧିକ ପ୍ରସ୍ତାବ ଆସିଥିବାରୁ ସର୍ବ ସମ୍ମତି କ୍ରମେ ତାଙ୍କ ନାମ ରାଜ୍ୟ ସଭାପତି ଭାବରେ ଘୋଷଣା କରାଗଲା। ରାଜ୍ୟ ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନବ ନିର୍ବାଚିତ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କୁ ସଭା କକ୍ଷକୁ ଆମନ୍ତ୍ରଣ କରାଯାଇ ସମସ୍ତ ଜିଲ୍ଲା ପ୍ରତିନିଧି ମାନଙ୍କ ଦ୍ଵାରା ଏକ ସୌଜନ୍ୟମୂଳକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟର ସମସ୍ତ ୩୪୦ ରାଜ୍ୟ ପରିଷଦ ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ନେଇ ଆସନ୍ତା ଡ଼ିସେମ୍ବର ମାସରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ବରିଷ୍ଠ ଯାଦବ ନେତା ସୁବାସ ଚନ୍ଦ୍ର ବେହେରା ମତ ପୋଷଣ କରିଥିଲେ। ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ ଗଣତାନ୍ତ୍ରିକ,ସାମ୍ବିଧାନିକ ଓ ନିରପେକ୍ଷତା ପଦ୍ଧତିରେ ସମ୍ପନ୍ନ କରିଥିବାରୁ ସମସ୍ତ ଜିଲ୍ଲା ପ୍ରତିନିଧି ମାନେ ନିର୍ବାଚନ ଅଧିକାରୀଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାତିରେ ଚାଲିଛି ଆରଡ଼ି ରାସ୍ତା କାମ ,ବିଭାଗୀୟ ଏସଡ଼ିଓ ଙ୍କୁ ପଚାରିଲେ ମିଳୁଛି ଧମକ ! 

masiha

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ 

masiha

ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବୀନ ବରଣ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!