ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବୀ 

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବୀ 

 କଟକ : କଟକ ଜିଲ୍ଲା ଇପିଏଫ ପେନସନ ସଂଘ ପକ୍ଷରୁ ତା’ର ଦାବି ଦିବସରେ ଆଜି କଟକ ଜିଲ୍ଲାପାଳଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରରେ ସର୍ବନିମ୍ନ ମାସିକ ୯୦୦୦ ଟକାଂ ସହିତ ମହଗାଂଭତ୍ତା,ନିଶୁଳ୍କ ସରକାରୀ ସ୍ବାସ୍ଥ୍ୟସେବା ଯୋଗାଇଦେବା, ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ବର୍ଦ୍ଧିତ ପେନସନ ଦେବା ଇତ୍ୟାଦି ଦାବି କରାଯାଇଛି। କଟକ ଜିଲ୍ଲା ଇପିଏଫ୍ ସଂଘର ସ୍ବଳ୍ପ ପେନସନଭୋଗୀ ମାନେ କଟକ କଚେରୀଗଡା ଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ସଭାରେ ଜିଲ୍ଲା ସଭାପତି ଅଗାଧୁ ଚରଣ ପ୍ରଧାନ ସଭାପତିତ୍ଵ କରିଥିବା ବେଳେ ସଂପାଦକ ବିନୋଦ ବେହେରା ଦାବିପତ୍ର ସଂପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ନେତା ଅମରେନ୍ଦୁ ମହାନ୍ତି, ସି.ଟୁ ନେତା ରବିନାରାୟଣ ମଲ୍ଲିକ, ଶ୍ରମିକ ନେତା ବଂଶିଧର ପରିଡା, ରବିନ୍ଦ୍ରନାଥ ଧଳ, ଇପିଏଫ ପେନସନ ସଂଘ ରାଜ୍ୟ ସଭାପତି ବିଜୟ ଜେନା, ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ନଟବର ଆଚାର୍ଯ୍ୟ,ବିକ୍ରମ ଛୋଟରାୟ ,ଗୀତାଞଳୀ ପାତ୍ର, ଉର୍ବଶୀ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି ଦାବିପୂରଣ ପାଇଁ କେନ୍ଦ୍ରସରକାର ଦୃଢ଼ ଦାବୀ ଜଣାଇଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ସ୍ବଳ୍ପ ପେନସନଭୋଗୀମାନେ ଯୋଗଦେଇଥିଲେ। ଅନ୍ୟମାନକଂ ମଧ୍ୟରେ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର ପ୍ରତାପ, ଅଲେଖ ରାଉତ, ଦେବେନ୍ଦ୍ର ସାହୁ, ବୁଲେଇ ବେହେରା, ବିଜୟ ସ୍ବାଇଁ, ଆଦିତ୍ୟ ପଟନାୟକ, ଗୋବିନ୍ଦ ନାୟକ,ରଞନ ଦାସ, ରଘୁନାଥ ବରାଳ, ସୁକାନ୍ତ ସ୍ବାଇଁ, ବିିଜୟ ନାୟକ, ବନମାଳି ବେହେରା, ସୁରେନ୍ଦ୍ରନାଥ ସାହୁ, ଭଜକୃଷ୍ଣ ଲେଙ୍କା, ମନୋରଞ୍ଜନ ପରିଡା, ପ୍ରସନ୍ନ କୁମାର ମିଶ୍ର ଓ ସୁରେଶ ଚନ୍ଦ୍ର ତରାଇ ପ୍ରମୁଖ ଯୋଗଦେଇଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ସଙ୍କଳ୍ପ ସପ୍ତାହ ପାଳିତି

masiha

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଆଧାର କାର୍ଡ ଅପଡେଟ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କ୍ୟାମ୍ପ 

Leave a Comment

error: Content is protected !!