ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ ମାଟିକନ୍ୟା ସମ୍ମାନ ୨୦୨୩ ‘ ରେ ସମ୍ମାନୀତ ହେଲେ ଢେ଼ଙ୍କାନାଳ ର କନ୍ୟା ସସ୍ମିତା

ଢେ଼ଙ୍କାନାଳ (ମ ସୀ ହା) ମା ‘ମାଟି ପାଇଁ ସମର୍ପିତ ମହାନ ଅନୁଷ୍ଠାନ ତଥା ଆମ ସମସ୍ତଙ୍କର ପ୍ରିୟ ସମାଜ କୈନ୍ଦ୍ରିକ ସାହିତ୍ୟ କଳା ଅନୁଷ୍ଠାନ ମାଟିର ସ୍ୱର, ଦଶପଲ୍ଲା, ନୟାଗଡ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସମାଜ ର ସମସ୍ତ ବର୍ଗ ର ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସଂଗ୍ରାମୀ ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷ ଙ୍କ ଜନ୍ମ ଦିବସ ରେ ଦଶପଲ୍ଲା ମାଟିରେ ପଦ୍ମଶ୍ରୀ ସାବରମତୀ ମହୋଦୟା ଓ ବର୍ଷୀୟାନ ସର୍ବୋଦୟ ନେତା ଶ୍ରୀଯୁକ୍ତ ବିନୋଦ ମହାନ୍ତି ମହୋଦୟ. ଙ୍କ ଦ୍ଵାରା “ମାଟିକନ୍ୟା ସମ୍ମାନ ୨୦୨୩”ରେ ସମ୍ମାନିତ ହୋଇଥିଲେ ଢେ଼ଙ୍କାନାଳ ମାଟି ର କନ୍ୟା ସସ୍ମିତା ଦାଶ l ସଂପ୍ରତି ସାହିତ୍ୟ ଜଗତ ଓ ସମାଜ ସେବା ରେ ତାଙ୍କରି ଅନେକ ଅବଦାନ ରହିଛି l ତାଙ୍କରି ଏହି ସମ୍ମାନ ଜିଲ୍ଲା ର ବୁଦ୍ଧିଜୀବୀ ମହଲରେ ଆନନ୍ଦ ଭରିଦେଇଛି lଏଥିପାଇଁ ବିଭିନ୍ନ ସଙ୍ଗଠନ କର୍ମ କର୍ତ୍ତା, ଶୁଭେଛୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଲାପଥ କୁସୁମିତ ହେଉ ବୋଲି ବ୍ୟକ୍ତ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

Sunil Chandra Nayak

ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

Leave a Comment

error: Content is protected !!