ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସବିଆଇ ଏବଂ ରାମକି ଫାଉଣ୍ଡେସନ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ପ୍ରସୂତି ସ୍ୱାସ୍ଥ୍ୟ ସୁରକ୍ଷିତ କାର୍ଯ୍ୟକ୍ରମ

ଏସବିଆଇ ଏବଂ ରାମକି ଫାଉଣ୍ଡେସନ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ପ୍ରସୂତି ସ୍ୱାସ୍ଥ୍ୟ ସୁରକ୍ଷିତ କାର୍ଯ୍ୟକ୍ରମ

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ ଅବସର ରେ ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ସୁରକ୍ଷିତ (ସୁସ୍ଥ ଆରମ୍ଭ ଏବଂ ଆଶାନୁରୁପ ଭବିଷ୍ୟତ,ପ୍ରସୂତି ସ୍ୱାସ୍ଥ୍ୟ) କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଡି ଏମ ଓ ମେଡିକାଲ ଡାକ୍ତର ରଞ୍ଜନ ମିତ୍ର ଦ୍ଵାରା ଶୁଭାରମ୍ଭ ହେଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଭବାନୀ ଶଙ୍କର ସାହୁ ହସ୍ପିଟାଲ ମ୍ୟାନେଜର ସୁଭାଶିଷ ନାୟକ,ଜିଲ୍ଲା ଟିକା ମ୍ୟାନେଜର ଲୋକନାଥ ବେହେରା ଡାଟା ମ୍ୟାନେଜର ଚନ୍ଦନ କୁମାର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ମତାମତ ରଖିଥିଲେ। ରିସୋର୍ସ ପରସନ୍ ସ୍ତ୍ରୀରୋଗ ସହକାରୀ ପ୍ରଫେସର ଡ଼ା ଶୁଭଲକ୍ଷ୍ମୀ ମହାପାତ୍ର ଏବଂ ନର୍ସିଂ ଅଫିସର କନକଲତା ସେଠୀ, ଆର.କେ.ପଣ୍ଡା ପ୍ରସୂତି ମା ମାନଙ୍କୁ ପୁଷ୍ଟିକର ଖାଦ୍ୟ ଆଉ ଜୀବନ ଶୈଳୀ ବାବଦରେ ଆଲେକପାତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନୁନ୍ୟ ୧୦୬ ଜଣ ପ୍ରସୂତୀ ମାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା।ରାମକି ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋତ୍ସ୍ନାମୟୀ ବେହେରା, ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ, ପାଇଲଟ ନିରଂଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ରହି କାର୍ଯ୍ୟକ୍ରମ କୁ ପାଳନ କରିଥିଲେ | ଏହା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ହସ୍ପିଟାଲ ମ୍ୟାନେଜର ଏସବିଆଇ ଫାଉଣ୍ଡେସନଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ….

Related posts

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

masiha

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!