ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଓଡିଆ ପକ୍ଷ ପାଳନ ଅବସରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ଛାତ୍ର ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଛି | ଏହି ଅବସରରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ପ୍ରଧାନ ଶିକ୍ଷୟତ୍ରୀ ଜୋସନା ପରିଡା, ଏ. ସରିଜିନୀ, ଶିକ୍ଷକ ଅଜିତ କୁମାର ଷଡଙ୍ଗୀ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଏଥିରେ ବ୍ଲକ ଅଧୀନ ୩୦ ଟି ବିଦ୍ୟାଳୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ରାଇରଙ୍ଗପୁର ମଠ, ମନ୍ଦିର,ଦେବାଳୟ,ପୁର ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

masiha

ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ

Sunil Chandra Nayak

ନିଖୋଜ ହେମନ୍ତର ମିଳୁନାହିଁ ପତ୍ତା, ଚିନ୍ତାରେ ପରିବାର 

masiha

Leave a Comment

error: Content is protected !!