ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

ରୁପ୍ରା, 15/7 (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଯୁବ ରେଡ଼କ୍ରସ ତଥା ଇକୋ କ୍ଲବ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷl ମମତା ମଞ୍ଜରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ମୁଖ୍ୟ ଅତିଥି, ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀ ଓ ବିଜୟାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଦୀନବନ୍ଧୁ ରାଉତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ସୁଧୀର କୁମାର ପଣ୍ଡା କରିଥିବା ବେଳେ ପ୍ରାଧ୍ୟାପକ କାଳିଚରଣ ମହାପାତ୍ର, ଅଧ୍ୟାପକ ମୋହନ ମେହେର, ଅଧ୍ୟାପିକା ମନୀଷା ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Related posts

୭୮ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!