ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରେ ଖୋଲିଲା ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ 

ରୁପ୍ରାରେ ଖୋଲିଲା ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ 

ରୁପ୍ରା, 15/7 (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଠାରେ ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଆଜି ଖୋଲା ଯାଇଛି l ରୁପ୍ରା କେସିଙ୍ଗା ରାସ୍ତା ପାର୍ଶ୍ଵରେ ପୂର୍ବରୁ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗତ ମାସ 30ତାରିଖରୁ ବନ୍ଦ ହୋଇ ଯାଇଥିବା ବେଳେ ମଦ୍ୟପ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ l ଲଟେରୀ ମାଧ୍ୟମରେ ନୂଆ ମଦ ଦୋକାନ ଖୋଲିବା ପାଇଁ ଝାରସୁଗୁଡା ଅଂଚଳର ବେଦବ୍ୟାସ ସାହୁ ଅନୁମତି ପାଇଥିବାରୁ ଉକ୍ତ ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନର ଶୁଭାରମ୍ଭ ଆଜି ହୋଇଛି, ଉକ୍ତ ନୂଆ ଦୋକାନଟି ବର୍ତମାନ ରୁପ୍ରା ରୁପ୍ରାରୋଡ଼ କୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଖୋଲା ଯାଇଛି l ତେବେ ପନ୍ଦର ଦିନ ପରେ ଉକ୍ତ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଥିବାରୁ ମଦ୍ୟପ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି l

Related posts

ଧାରଣାରେ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ,ସ୍ୱାସ୍ଥ୍ୟ ସମନ୍ଦିୟ କାର୍ଯ୍ୟକ୍ରମ ଠପ ,ଚିନ୍ତାରେ ଆଶା କର୍ମୀ 

masiha

କୋକସରା ବ୍ଲକ, ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା, ୯ ଟି କେନ୍ଦ୍ରରେ ୧୫୪୫ ସ୍ଥାନରେ ୧୫୧୩ ପରୀକ୍ଷାର୍ଥୀ, ୩୨ ଛାତ୍ରଛାତ୍ରୀ ଅନୁପସ୍ଥିତ

masiha

ସଂଗୀତ ତରଙ୍ଗ ର ସଂଗୀତ ସନ୍ଧ୍ୟା

masiha

Leave a Comment

error: Content is protected !!