ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା ଶୁଭାରମ୍ଭ 

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା ଶୁଭାରମ୍ଭ 

ବନ୍ଧୁଗାଁ ତା ୧୩/୮/୨୫ (ଇମିସ) କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଇନ୍ ଚାର୍ଜ ଡ଼ା ରଶ୍ମି ରଞ୍ଜନ ସାମଲଙ୍କ ଉପସ୍ଥିତିରେ ଡ଼ା ନବ କିଶୋର କୁଣ୍ଡୁ ଦ୍ୱାରା ନୂତନ ଅଲଟ୍ରାସାଉଣ୍ଡ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ କରାଯାଇଛି। ବ୍ଲକରେ ୧୩ ପଞ୍ଚାୟତ ୧୭୨ ଟି ଗ୍ରାମ ସୀମାନ୍ତ ଆନ୍ଧ୍ରପ୍ରଦେଶକୁ ଲାଗି ରହିଛି । ବ୍ଲକରେ ୩ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଏକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ୩ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଛାଡିଦେଲେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତି ମାସରେ ୩ ରୁ ୪ ହଜାର ଲୋକ ଆସି ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ତରଫରୁ ଗୋଷ୍ଟି ସ୍ୱାସ୍ଥ୍ୟରେ ଅତି ସୁନ୍ଦର ଭାବରେ ସମସ୍ତ ବ୍ୟବସ୍ଥା ଥାଇ ନିର୍ମିତ ହୋଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଡାକ୍ତର ରହି ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ସୁସ୍ଥ ରଖିବା ସହିତ ଉତ୍ତମ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଏତେ ସବୁ ଚିକିତ୍ସା ସେବା ମଧ୍ୟରେ ଆଜି ପୁଣି ଏକ ନୂତନ ଆଲଟ୍ରା ସାଉଣ୍ଡ ପରୀକ୍ଷାକୁ ଡ଼ା ନବ କିଶୋର କୁଣ୍ଡୁ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ୪୦ ଜଣ ଗର୍ଭବତୀ ଙ୍କୁ ଡ଼ା କୁଣ୍ଡୁ ଙ୍କ ଦ୍ଵାରା ଅଲ୍ଟ୍ରା ସାଉଣ୍ଡ ପରୀକ୍ଷା କରି ଆମ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଡ଼ା କୁଣ୍ଡୁ ଜନ୍ମ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବାଲେଶ୍ଵର ଜିଲ୍ଲାରେ ଆରମ୍ଭ କରିଥିଲେ। ପରେ ସେ ବୁର୍ଲା ଇନଭରସିଟି ପିଜି, ଏମବି ବିଏସ ଶେଷ କରି ପ୍ରଥମେ ଫୁଲବାଣୀ , ରାୟଗଡ଼ା ଜିଲ୍ଲା ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମେଡ଼ିକାଲରେ ରହି ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ସେ ଜୁଲାଇ ମାସ ୩୧ ରେ ଅବସର ଗ୍ରହଣ କରିଥିଲେ। ପୁଣି ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଡ଼ା କୁଣ୍ଡୁ ଙ୍କୁ ପୁନର୍ବାର ଦାୟିତ୍ୱ ଦେଇଛନ୍ତି। ଆମ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ଼ା କୁଣ୍ଡୁ ପ୍ରତି ସପ୍ତାହର ଗୁରୁବାର ଦିନ ରହି ଗର୍ଭବତୀ ମହିଳା ମାନଙ୍କୁ ମାଗଣା ଅଲଟ୍ରା ସାଉଣ୍ଡ ପରୀକ୍ଷା ଯୋଗାଇ ଦେବେ। ସରକାରଙ୍କ ତରଫରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲଟ୍ରା ସାଉଣ୍ଡ ପରୀକ୍ଷା ସେବା ଯୋଗାଇ ଶୁଭାରମ୍ଭ କରି ଥିବାରୁ ବ୍ଲକର ସମସ୍ତ ଜନସାଧାରଣ ଧନ୍ୟବାଦ ଜଣାଇଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର 

 

Related posts

ହକ ମାଗି ଜେଲ ଗଲେ ଜମି ମାଲିକ

ସୁରୁ ମୁଣ୍ଡାଙ୍କୁ କେବେ ମିଳିବ ବିଦ୍ୟୁତ ସେବା ?

masiha

୮ ରେ ଆରମ୍ଭ ଇନ୍ଦାଲାମ ଗାଁ ଘଟଯାତରା 

Leave a Comment

error: Content is protected !!