ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁ ମଣ୍ଡଳରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ମଧୁବାବୁ ମଣ୍ଡଳରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା: ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ ଜିଲ୍ଲାର ମଣ୍ଡଳ ଗୁଡିକରେ ସ୍ୱଚ୍ଛ ଭାରତ ଅଭିଯାନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ନାନ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ କରା ଯାଇଛି । ଆଜି ରାଉରକେଲା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ମଧୁସୂଦନ ମଣ୍ଡଳର ସେକ୍ଟର -୭ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଓ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତୀ ଜଳ ଦ୍ଵାରା ରା ସ୍ନାନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ , ପରିପାର୍ଶ୍ୟକୁ ସଫା କରାଯାଇଥିଲା। ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ସେକ୍ଟର ୯ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ସେକ୍ଟର ୭ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରାରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତି ଓ ମାର୍ଗ ଦର୍ଶନରେ ତ୍ରିରଙ୍ଗା ପଦଯାତ୍ରା ସହର ପରିକ୍ରମା କରାଯାଇଥିଲା । କର୍ମୀମାନେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ସ୍ଲୋଗାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ମିଶ୍ର, ସନ୍ତୋଷ କୁମାର ବିରାଟ, ମନୋଜ କୁମାର ପଟ୍ଟନାୟକ, ରବୀନ୍ଦ୍ରନାଥ ବାରିକ, ପ୍ରଭାସ ସାମଲ, ତାରକାନାଥ ମହାପାତ୍ର , ତରୁଣ ତନ୍ତୀ, ନମିତା ସେନାପତି, ଅଭିନାଶ ସାମଲ, ଶ୍ରୀକାନ୍ତ ପାଢ଼ୀ, ନମ୍ରତା ବାଗ, ଦୂର୍ଗା ପ୍ରସନ୍ନ ପଟ୍ଟନାୟକ, ଅଜୟ ପାତ୍ର, ହେମନ୍ତ ଜେନା, ଗୀତାଞ୍ଜଳି ଜେନା, ଶରତ ବାରିକ, ଅଜୟ ରାଉତ, ସଂଯୁକ୍ତା ପାତ୍ର, ସୁଧାର ଜେନା, ହିମାଂଶୁ ନାୟକ, ଅନିଲ ତନ୍ତୀ, ପ୍ରଶାନ୍ତ ଲେଙ୍କା, ପ୍ରତାପ ଦେଓ , ସରସ୍ଵତୀ ମହାନ୍ତ, ସମେତ ବହୁ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

Sunil Chandra Nayak

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!