ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

କୋଇଡା ପ୍ରେସ କ୍ଲବ ତରଫରୁ ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ 

କୋଇଡା :-କୋଇଡା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ଼ ଓଡ଼ିଆ ନବ ବର୍ଷ ଉପଲକ୍ଷେ କୋଇଡା ପ୍ରେସ କ୍ଲବ ତରଫରୁ କୋଇଡା ସ୍ଥିତ ରୁଂଟା ପଂଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ଜଳ ଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି I ଏହି ଅବସରରେ କୋଇଡା ଗୋଷ୍ଟୀ ଉନୟନ ଅଧିକାରୀ ରଶ୍ମି ରେଖା ପାତ୍ର ଆନୁଷ୍ଠାନିକ ଭାବେ ଫିତା କାଟି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ I ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର, କୋଇଡା ଗ୍ରାମ ପଂଚାୟତ ର ସରପଞ୍ଚ ହୃଷିକେଶ ଦେହୁରୀ କୋଇଡା ଖ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ନାଏକ,ସୁନ୍ଦରଗଡ଼ ସାଂସଦ ପ୍ରତିନିଧି ଚେତନ ଦୀପ୍ତ ନାଏକ କୋଇଡା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ ପଟନାୟକ,ଭାରତୀୟ ଜନତା ପାର୍ଟି କୋଇଡା ମଣ୍ଡଳ ସଭାପତି ରାମ ଚନ୍ଦ୍ର ପଲେଇ ,ପୂର୍ବତନ ମଣ୍ଡଳ ସଭାପତି ମେଲେରି ବାରିକ,ଦୀପକ ବାର୍ଲା, ଇନ୍ଦ୍ରମଣି ବେହେରା, ଆନନ୍ଦ ବାରିକ ପ୍ରମୁଖ ଯୋଗଦାନ କରିଥିଲେ I ଏହି ଜଳଛତ୍ର ଓ଼ ପଣା ବଣ୍ଟନ କାର୍ଯ୍ୟକ୍ରମ କୁ କୋଇଡା ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶରୀ ନାୟକ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଆୟୋଜନ କରାଯାଇଥିବା ବେଳେ କ୍ଲବ ର ସମ୍ପାଦକ ବିଜୟ ନନ୍ଦ ଜେନା ଏବଂ ପ୍ରେସ କ୍ଲବ ର ବରିଷ୍ଠ ସଦସ୍ୟ ସମ୍ବିତ ଜେନା, ବିଜୟ ଦାସ, ସୁରେଶ ଦାସ, ଦାମୁ ପାତ୍ର, ଜିତେନ୍ଦ୍ର ପଲେଇ, ଲମ୍ବୋଦର ବାରିକ ପ୍ରମୁଖ ପଣା ବଣ୍ଟନ ପରିଚାଳନା ରେ ପ୍ରମୁଖ ଅଂଶଗ୍ରହଣ କରିଥିଲେ I

କୋଇଡାରୁ ଅକ୍ଷୟ ବିଶ୍ବାଳ‌ମସିହା ନିଉଜ

Related posts

ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

Sunil Chandra Nayak

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

masiha

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

Leave a Comment

error: Content is protected !!