ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳପ୍ରପାତରେ ବୁଡ଼ିଗଲେ ଯୁବକ: ଏକ ମାସରେ ଦ୍ୱିତୀୟ ଅଘଟଣ, ପର୍ଯ୍ୟଟନ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜଳପ୍ରପାତରେ ବୁଡ଼ିଗଲେ ଯୁବକ: ଏକ ମାସରେ ଦ୍ୱିତୀୟ ଅଘଟଣ, ପର୍ଯ୍ୟଟନ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଗୁଣ୍ଡିଚାଘାଗି ଜଳପ୍ରପାତରେ ଗାଧୋଇବା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଲକି ଗ୍ରାମର ବାସିନ୍ଦା, ୨୫ ବର୍ଷୀୟ ସତ୍ୟପ୍ରକାଶ ମହାନ୍ତ ଜଳପ୍ରପାତରେ ବୁଡ଼ି ନିଖୋଜ ହୋଇଛନ୍ତି।

ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିବା ବେଳେ ସେ ଜଳପ୍ରପାତର ତଳକୁ ପଡ଼ିଯାଆନ୍ତି। ଏହା ସହିତ ଗତ ମାସରେ ମଧ୍ୟ ଏଠାରେ ଏକ ଅନ୍ୟ ଯୁବକ ନିଖୋଜ ହୋଇଥିବା ଘଟଣା ଘଟିଥିଲା।

ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଟିମ୍ ଦ୍ୱାରା ତଳାଶ ଚାଲିଛି, କିନ୍ତୁ ଏଯାଁ ପର୍ଯ୍ୟନ୍ତ ସେ ମିଳିନାହାନ୍ତି। ଘଟଣା ସ୍ଥଳର ଦୃଶ୍ୟ ଓ ଜଳପ୍ରପାତର ଅତି ତୀବ୍ର ପ୍ରବାହ ଦେଖି ମନ୍ତବ୍ୟ କରାଯାଉଛି ଯେ ଏଠି ରେ ମାନବ ସୁରକ୍ଷା ପାଇଁ ପ୍ରଯୁକ୍ତ ଉପାୟ ଅପେକ୍ଷାକୃତ ଅଳ୍ପ। ସ୍ଥାନୀୟ ଲୋକମାନେ ଏହି ଘଟଣା ପରେ ପର୍ଯ୍ୟଟନ ସ୍ଥଳରେ ଉଚିତ ସୁରକ୍ଷା ବ୍ୟବସ୍ଥା, ଚେତାବନୀ ସଂକେତ ଓ ଗାଇଡ୍ ସେବା ଦେବାକୁ ଦାବି କରୁଛନ୍ତି। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

୭୫ ତମ ସମ୍ବିଧାନ ଦିବସକୁ ଧୁମଧାମରେ ପାଳନ କଲେ କଲମପୁରବାସୀ 

masiha

ରାଉରକେଲା ରେ  ମହାଶିବରାତ୍ରୀ  ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

masiha

ଟ୍ରାକ୍ଟର ଓ ମୋଟରସାଇକେଲ ଦୁର୍ଘଟଣା ଝିଅ ମୃତ, ବାପା ଗୁରୁତ୍ତର ଓ ପୁଅ ଆହତ 

masiha

Leave a Comment

error: Content is protected !!