ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ଵିଶ୍ବବିଦ୍ଯାଳୟର ଚତୁର୍ଥ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମତି

ରାଇରଙ୍ଗପୁର ରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ଵିଶ୍ବବିଦ୍ଯାଳୟର ଚତୁର୍ଥ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମତି

ମୟୂରଭଂଜ – ୪/୧୦ —  ଯେଉଁ ଦେଶରେ ଶିକ୍ଷାର ଅଗ୍ରଗତି ,ସେହି ଦେଶର ପ୍ରଗତି ସେତେ ଅଧିକ ।ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଆସିବାପରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଉଛି ।ଓଡ଼ିଶାରେ ଉତ୍ତାରଞ୍ଚଳ ଜିଲ୍ଲାଗୁଡିକ ଯଥା ଯାଜପୁର,ଭଦ୍ରକ,ବାଲେଶ୍ବର ଏବଂ ମୟୂରଭଂଜ ଜିଲ୍ଲାଗୁଡିକରେ ଉଚ୍ଚଶିକ୍ଷାର ପ୍ରସାର ଓ ସୁଯୋଗ ତଦସହ ଡ୍ରପ ଆଉଟକୁ ରୋକିବା ପାଇଁ ସରକାରଙ୍କ ତରଫରୁ ପ୍ରାଧାନ୍ୟ ଦିଆଯାଉଛି ।ସୂଚନାଯୋଗ୍ୟ ସରକାର ମୟୂରଭଂଜ ଜିଲ୍ଲାର‌ ରାଇରଙ୍ଗପୁରରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବଵିଦ୍ଯାଳୟର ଚତୁର୍ଥ ଆଞ୍ଚଳିକ ଇଗ୍ନୋର ଶାଖା ପ୍ରତିଷ୍ଠା ପାଇଁ ୧/୧୦/୨୦୨୫ ତାରିଖରେ ଚିଠି ନମ୍ବର ୪୧୨୭ ରେ ବିଜ୍ଞାପନ ଜାରି କରିଛନ୍ତି ।ପୂର୍ବରୁ ଇଗ୍ନୋର ଭୂବନେଶ୍ଵର,କୋରାପୁଟ,ଅନୁଗୁଳ ରେ ୩ ଟି ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।ଭୁବନଶ୍ବର ଇଗ୍ନୋର ଆଞ୍ଚଳିକ କେନ୍ଦ୍ରରେ ଖୋର୍ଦ୍ଧା,କଟକ,ଢେଙ୍କାନାଳ,ଗଞ୍ଜାମ,ଗଜପତି,ଜଗତସିଂହପୁର,କନ୍ଧମାଳ,ନୟାଗଡ଼,କେନ୍ଦ୍ରାପଡ଼ା,ପୁରୀ ଜିଲ୍ଲା ର ଯୁବ ଛାତ୍ର,କାର୍ଯ୍ୟରତ କର୍ମଚାରୀ,ଅସଂଗଠିତ କର୍ମଚାରୀ ମାନେ ଲାଭ ଉଠାଇ ପାରିବେ ।ସେହିଭଳି କୋରାପୁଟ ଇଗ୍ନୋର କେନ୍ଦ୍ରରେ କୋରାପୁଟ,ବଲାଙ୍ଗିର,କଳାହାଣ୍ଡି,ବଲାଙ୍ଗୀର,ମାଲକାନାଗିରି,ନବରଙ୍ଗପୁର,ନୂଆପଡ଼ା,ଏବଂ ରାୟଗଡା ଜିଲ୍ଲାବାସୀ ଉପକୃତ ହେବେ ।ସେହିଭଳି ଅନୁଗୁଳ ଇଗ୍ନୋ କେନ୍ଦ୍ରରେ ଅନୁଗୁଳ,ବରଗଡ଼,ବୌଦ୍ଧ,ଦେବଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ସୁଵର୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାବାସୀ ଉପକୃତ ହେବେ ।ତେବେ ନୂତନ କରି ରାଇରଙ୍ଗପୁରରେ ଇଗ୍ନୋ କେନ୍ଦ୍ର ରେ ଯାଜପୁର,ଭଦ୍ରକ,ବାଲେଶ୍ଵର ,ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାବାସୀ ଉପକୃତ ହୋଇପାରିବେ ।ଏହି ଇଗ୍ନୋର କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ଯୋଗୁଁ ଏହି ଜିଲ୍ଲାର ଯୁବଛାତ୍ର,କର୍ମଜୀବୀ, ଅସଂଗଠିତ କର୍ମଜିଵୀ,ଜିଜ୍ଞାଷୁ,ଶିକ୍ଷାବିତ୍ ମାନେ ବହୁ ମାତ୍ରାରେ ଉପକୃତ ହେବେ ।ଆଦିବାସୀ ପିଲାମାନେ ବହୁ ପରିମାଣରେ ଉପକୃତ ହେବାର ସମ୍ଭାବନା ଦେଖାଯାଇଛି ।ଅଯଥା ଦୂରଦୂରାନ୍ତରୁ ଯାଇ ପରୀକ୍ଷା ଦେବା,ପାଠ ପଢିବାନେଇ ଆର୍ଥିକ ଶୋଷଣରୁ କିଛିଟା ମୁକ୍ତ ହୋଇପାରିବେ । ସରକାରଙ୍କ ପ୍ରୟାସ ଏକ ଯୁଗାନ୍ତକାରୀ ପ୍ରୟାସ ।ରାଇରଙ୍ଗପୁର ଇଗ୍ନୋର କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ସ୍ନାତକ,ସ୍ନାତ୍ତକୋତ୍ତର,ବିଇଡି, ଏମିଇଡି ଡିପ୍ଲୋମା,ମେନେଜମେଣ୍ଟ,ଜୋର୍ଣାଲିଜମ, ଏବଂ ଵିଭିନ୍ନ‌ ସାର୍ଟିଫିକେଟ କାର୍ଯ୍ୟକ୍ରମ ଗୁଡିକରେ ନାମ ଲେଖାଇବାର ସୁଯୋଗ ପାଇ ପାରିବେ ।ଏଠାରେ ପାଠପଢା,ପାଠ୍ୟକ୍ରମ ସମ୍ବନ୍ଧୀୟ ପରାମର୍ଶ ଏବଂ ପରୀକ୍ଷା ସୁବିଧା କେନ୍ଦ୍ର ଉପଲ୍ବଧ‌ହେବ ।ନୂତନ କେନ୍ଦ୍ର ପ୍ରତିଷ୍ଠା ଫଳରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡିକରେ ଏକ ଶିକ୍ଷାଗତ ପରିଵର୍ତ୍ତନ ଆଣିବାରେ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିବ ।ରାଇରଙ୍ଗପୁର ରେ ଇଗ୍ନୋ ଆଂଚଳିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନ ଓ ଗୃହ ମଧ୍ୟ ଚିହ୍ନଟ କରାଯାଇଛି । ରାଇରଙ୍ଗପୁର ରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ହେଉଥିବାରୁ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ ,ରାଜ୍ୟସଭା ସାଂସଦ ମମତା ମହାନ୍ତ,ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମ ସିଃ ଖୁଣ୍ଟିଆ,ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଁସଦା,ଉଦଳା ବିଧାୟକ ଭାସ୍କର ମଡ଼େଇ,ବାରିପଦା ବିଧାୟକ ପ୍ରକାଶ ସୋରେନ,ବଡ଼ସାହି ବିଧାୟକ ସନାତନ ବିଜୁଳି,କରଂଜିଆ ବିଧାୟକ ପଦ୍ମ ଚରଣ ହାଇଵ୍ରୁ ପ୍ରମୁଖ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୟୂରଭଂଜ ଜିଲ୍ଲାରେ ଯୁବ,ଛାତ୍ର,ଶିକ୍ଷାବିତ୍,ବୁଦ୍ଧିଜୀଵୀ ମହଲରେ ଆନନ୍ଦ ଖେଳିଯାଇଛି ।ତଦସହ ଜିଲ୍ଲାପାଳ ହେମକାନ୍ତ ସୟ,ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ତ୍ଵରିତ ସମୟରେ ସ୍ଥାନ ଓ ଆବଶ୍ୟକୀୟ ଗୃହ ପ୍ରଦାନ ପାଇଁ ପଦକ୍ଷେପ ନେଇଥିବାରୁ ରାଇରଙ୍ଗପୁର ବାସୀ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି:କୋଶଲ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା

masiha

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

masiha

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

masiha

Leave a Comment

error: Content is protected !!