ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ର ସ୍ଥାନ ନିରୂପଣ ପାଇଁ ସେନା କର୍ମଚାରୀମାନଙ୍କ ବୈଠକ

ରାଇରଙ୍ଗପୁର ରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ର ସ୍ଥାନ ନିରୂପଣ ପାଇଁ ସେନା କର୍ମଚାରୀମାନଙ୍କ ବୈଠକ

ରାଇରଙ୍ଗପୁର -୧୨/୦୫ — ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଠାରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ସ୍ଥାପନା ପାଇଁ ଦିର୍ଘବର୍ଷ ବର୍ଷ ହେଲା ସେନା କର୍ମଚାରୀମାନେ ଦାବି କରି ଆସୁଥିଲେ ।ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଟି ଜାଗା ଦେଖା ଯାଇଛି ।ଏହାକୁ ସରଜମିନ କରିବା ପାଇଁ ବାଲେଶ୍ବରର ଡିଫେନ୍ସ ଷ୍ଟେସନ ହେଡକ୍ବାର୍ଟରରୁ କର୍ଣ୍ଣେଲ ଆନନ୍ଦ ଚରଣ ଵୋଇତି ଙ୍କ ସମେତ ୫ ଜଣ ଆଜି ରାଇରଙ୍ଗପୁର ଗସ୍ତରେ ଆସିଥିଲେ । ରାଇରଙ୍ଗପୁର ର ଭୂତପୂର୍ବ ସୈନିକ ସଂଘ,ପଞ୍ଚପିଢ ସେନା କର୍ମଚାରୀ,ଏବଂ ସୁଦୂର କେନ୍ଦୁଝରର ସେନା କର୍ମଚାରୀମାନେ ସେମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରେ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହେବା ସିଏସଡି କେଣ୍ଟିନ ସ୍ଥାପନା ସମ୍ବନ୍ଧୀୟ ଆଲୋଚନା ହେବା ସହ କେଣ୍ଟିନ ଖୋଲାଯିବା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା ।ପରେ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ସ୍ଥାନ ପରିଦର୍ଶନ କରିବାକୁ ଯାଇଥିଲେ ।ଏହି କାର୍ଯ୍ଯକ୍ରମରେ କର୍ଣେଲ ଆନନ୍ଦ ଚରଣ ବୋଇତି , କେପଟେନ ପି କେ ପଣ୍ଡା, ସୁଵେଦାର ମେଜର ଲକ୍ଷ୍ମୀଧର ପ୍ରଧାନ,ସୁଵେଦାର ଏସ ସାମଲ,ସୁଵେଦାର ଏସ ଵିଶ୍ବାସ, ମେଜର ଡି ଏନ୍ ଦାସ, ସଭାପତି କେପଟେନ ଗୁରୁଚରଣ ହେମ୍ବ୍ରମ,ଉପସଭାପତି ଫ୍ଳାଇଂ ଅଫିସର ଯେ ଏନ୍ ଵେହେରା ,ସଂପାଦକ ହାବିଲଦାର ସମାୟ ମୁର୍ମୁ, ଉପଦେଷ୍ଟା ସୁବେଦାର କେ କେ ସୋରେନ, ଉପଦେଷ୍ଟା ସୁଵେଦାର ଏସ ଏସ ମାର୍ଣ୍ଡି ,ସହ ସଂପାଦକ ପ୍ରତାପ ମହାନ୍ତ,ଵୀରନାରୀ ଲକ୍ଷୀମଣି ସୋରେନ, ରୁକ୍ମିଣୀ ହାଁସଦାଃ, ଗିର୍ଥ ବାସ୍କେ , ଵୈଜୟନ୍ତୀ ହାଁସଦାଃ, ପାର୍ବତୀ ହାଁସଦାଃ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।କାର୍ଯ୍ଯକ୍ରମରେ କେନ୍ଦୁଝର,ଘାଗରବେଡା, ଠାକୁରମୁଣ୍ଡା, ଯଶିପୁର , ଏବଂ ରାଇରଙ୍ଗପୁର ଆଖପାଖ ଅଞ୍ଚଳରୁ ବହୁ ସେନା କର୍ମଚାରୀ ଉପସ୍ଥିତ ଥିଲେ । ଖୁବ୍ ଶିଘ୍ର ରାଇରଙ୍ଗପୁରରେ ସିଏସଡି କେଣ୍ଟିନ ଖୋଲାଯିବ ବୋଲି କହିଥିଲେ ।ପ୍ରଶାସନ ପକ୍ଷରୁ ଦୁଇ ଏକର ଜାଗା ଦିଆଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ 

Sunil Chandra Nayak

ବିଶୋଇଥାନା!-ଖଡମବେଡାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ! ଜଣେ ଛାତ୍ର ମୃତ,ଜଣେ ଗୁରୁତର

masiha

ପରିବାର ଅଦାଲତ ଆଦେଶ କୁ ସରପଞ୍ଚ ଙ୍କ ଅବମାନନା :ପ୍ରଥମ ସ୍ତ୍ରୀ କୁଲି କାମ କରି ଜୀବନ ବିତାଉଛନ୍ତି

Sunil Chandra Nayak

Leave a Comment

error: Content is protected !!